ପାରିବାରିକ କଳହର କରୁଣ ପରିଣତି, ଶଶ୍ୱୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

1 min read

ବଲାଙ୍ଗୀର: ଲୋଇସିଂହା ଥାନା ଫଟାମୁଣ୍ଡା ଗାଁରେ ଅଘଟଣ । ପାରିବାରିକ କଳହରୁ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ । ନିଶାଶକ୍ତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଛି  । ସ୍ୱାମୀର ଏପରି ନୃଶଂସ କାର୍ଯ୍ୟରେ ସମଗ୍ର ଅଞ୍ଚଳ ଆଶ୍ଚର୍ଯ୍ୟ ଚକିତ ହୋଇଛି ।  ମିଳିଥିବା ସୂଚନା ମୁତବାକ ମୃତ ମହିଳାଙ୍କ ନାଁ ହେଉଛି କସ୍ତୁରୀ ସାହୁ । ପାରିବାରିକ କଳହ ଯୋଗୁଁ ଗତ ୩/୪ ମାସ ତଳେ କସ୍ତୁରୀ ତାଙ୍କ ଦୁଇ ସନ୍ତାନକୁ ନେଇ ବାପା ଘର ଫଟାମୁଣ୍ଡକୁ ଚାଲିଆସିଥିଲେ ।

ବାପା ଘରେ କିଛି ଦିନ ରହିବା ପରେ ଗାଁରେ ଥିବା ଆଉ ଏକ ଛୋଟିଆ ଘରେ ରହୁଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ସ୍ୱାମୀ ଗାନ୍ଧିଲାଲ ସାହୁ ତାଙ୍କ ଘରେ ପହଁଚି ହତ୍ୟା କସ୍ତୁରୀଙ୍କୁ ହତ୍ୟା କରି ଫୋରାର ହୋଇଯାଇଥିଲେ  । ଆଜି ସକାଳୁ କସ୍ତୁରୀଙ୍କ ପିଲା ମାନେ ଘର ଭିତରେ କାନ୍ଦୁଥିବା ବେଳେ ଗାଁ ଲୋକେ ପଚରାଉଚୁରା କରିଥିଲେ  । ଘଟଣା ସମ୍ପର୍କରେ ଜାଣିବା ପରେ  ଲୋଇସିଂହା ପୋଲିସକୁ ଖବର ଦେଇଥିଲେ ।  ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner