spot_img

Latest Posts

ଆଜି ପରୀକ୍ଷା ହେବ ଅସ୍ତ୍ର ମାର୍କ-୨; ଶବ୍ଦର ଗତୀ ଠାରୁ ସାଢ଼େ ୪ଗୁଣ ଅଧିକ ବେଗରେ ଗତି କରିବ ଏହି କ୍ଷେପଣାସ୍ତ୍ର

ବାଲେଶ୍ୱର: ଆଜି ପରୀକ୍ଷା ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ‘ASTRA MK-II’ । ଏହି ମିସାଇଲକୁ ପ୍ରଥମଥର ପାଇଁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଗ୍ରାଉଣ୍ଡ ଟେଷ୍ଟ କରାଯିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୨୫ରୁ ୩୦ କିଲୋମିଟର ରହିଛି । ଏଥିରେ ଆଣ୍ଟି ରାଡ଼ାର ସିଷ୍ଟମ ବ୍ୟବହାର କରାଯାଇଥିବାରୁ ଏହି କ୍ଷେପଣାସ୍ତ୍ରକୁ ଶତୃପକ୍ଷର ରାଡ଼ାର ଚିହ୍ନଟ କରିପାରି ନାହିଁ। ଅସ୍ତ୍ର ମିସାଇଲକୁ ବିକଶିତ କରାଯାଇ ନୂଆ ନାମକରଣ କରାଯାଇଛି । ଏହାକୁ VL SR-SAM ନାମରେ ନାମିତ କରାଯାଇଛି । VL SR-SAM ହେଲା Vehicle Launcher Short Range Surface to Air Missile

ଅସ୍ତ୍ର’ କ୍ଷେପଣାସ୍ତ୍ରର ଲମ୍ବ ୩.୫୭ ମିଟର ଏବଂ ଓଜନ ୧୫୪ କିଲୋଗ୍ରାମ। ଏହା ଶବ୍ଦର ଗତୀ ଠାରୁ ସାଢେ ୪ଗୁଣ ଅଧିକ ବେଗରେ ଗତି କରିବ। ଭାରତ ଡ଼ାୟନାମିକ୍‌ ଲିମିଟେଡ଼ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ନିର୍ମିତ VL SR-SAMରେ ରକେଟ୍‌ ମୋଟର ବ୍ୟବହାର କରାଯାଇଛି। ତା’ସହିତ ଏଥିରେ ଖଞ୍ଜା ଯାଇଥିବା ଡ଼େଣା ଉଡ଼ାଣ ସମୟରେ ଆବଶ୍ୟକତା ଅନୁସାରେ ବାହାର ଓ ଭିତରକୁ ଯା’ଆସ କରିପାରିବ । ଫଳରେ ଏହାକୁ ଟାର୍ଗେଟ୍‌ ହିଟ୍‌ କରିବାରେ ଦୃଢ ନିଶ୍ଚିତ କରାଯାଇ ପାରିବ ।

ଏହି କ୍ଷେପଣାସ୍ତ୍ରର ପ୍ରଥମ ଥର ଗ୍ରାଉଣ୍ଡ ପରୀକ୍ଷା କରାଯାଉଥିବାରୁ ୩ନଂ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ପ୍ରାୟ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଲୋକମାନଙ୍କୁ ନିକଟସ୍ଥ ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ରଖାଯାଇଛି। ପ୍ରତିରକ୍ଷା ବଭାଗ ତରଫରୁ ସ୍ଥାନାନ୍ତରିତ ଲୋକଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଛି ।

Latest Posts

Don't Miss