spot_img

Latest Posts

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ୍ ସ୍ୱାମୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବାର ମାସେ ବିତିଗଲାଣି । କିନ୍ତୁ ଶୁସାନ୍ତ ଆତ୍ମହତ୍ୟା କରିଥିବା ତାଙ୍କ ଫ୍ୟାନମାନେ ବିଶ୍ୱାସ ବି କରିପାରୁ ନାହାଁନ୍ତି । ଏବଂ ଏହାକୁ ନେଇ ସୋସିଆଲ ମିଡିଆରେ ସିବିଆଇ ଯାଞ୍ଚ ମଧ୍ୟ କରୁଛନ୍ତି ଏମାନେ । ଏବେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଚିଠିରେ ଲେଖିଛନ୍ତି ଯେ, ବଲିଉଡର ଅନେକ ନାମିଦାମୀ ଲୋକ ଦୁବାଇର ଡନ ସହ ଭେଟି ଏହି ମାମଲାକୁ ଦବାଇବାର ଚେଷ୍ଟା କରୁଛନ୍ତି ।

ସ୍ୱାମୀ ଏହି ଚିଠିରେ ଲେଖିଛନ୍ତି, ‘ମୋତେ ବିଶ୍ୱାସ ଅଛି ଯେ, ଆପଣ ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଜାଣିଥିବେ । ମୋର ଓକିଲ ସହଯୋଗୀ ଇଶକରନ ଭଣ୍ଡାରୀ ଏହି କଥିତ ଆତ୍ମହତ୍ୟା ଉପରେ ଅନୁସନ୍ଧାନ କରିଛନ୍ତି। ଯଦିଓ ଏଫଆଇଆର ପଞ୍ଜିକୃତ ହେବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ମୋତେ ମୋର ମୁମ୍ବାଇ ସୂତ୍ରରୁ ଜାଣାପଡ଼ିଛି ଯେ ବଲିଉଡର ଅନେକ ବଡ ନାମିଦାମୀ ଲୋକ ମୁମ୍ବାଇ ଡନ୍ ସହ ସାକ୍ଷାତ କରି ମାମଲାକୁ ଦବାଇବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ପ୍ରମାଣିତ ହେବ ।

ସ୍ୱାମୀ ଏହା ମଧ୍ୟ ଲେଖିଛନ୍ତି ଯେ ମହାରାଷ୍ଟ୍ର ସରକାରରେ ଅନେକ ବଡବଡ଼ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରୁଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ, ଏବଂ ଏଥିପାଇଁ ଜନସାଧାରଣଙ୍କ ବିଶ୍ୱାସ ପାଇଁ ସେ ଚାହୁଁଛନ୍ତି ଯେ ମୁମ୍ବାଇ ପୋଲିସ ନିରପେକ୍ଷ ଭାବରେ ଏହି ଘଟଣାର ତଦନ୍ତ କରୁ । ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ, ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କିମ୍ବା ରାଜ୍ୟପାଳଙ୍କ ମାଧ୍ୟମରେ ସିବିଆଇ ତଦନ୍ତ ପାଇଁ ପରାମର୍ଶ ଦିଅନ୍ତୁ ।

ସୁବ୍ରମଣ୍ୟମ ସ୍ୱାମୀ ଏକ ଚିଠିରେ ଲେଖିଛନ୍ତି ଯେ, ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ସିବିଆଇ ଅନୁସନ୍ଧାନ ହେଉଛି ଶେଷ ଉପାୟ । ଶେଷରେ ସେ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସିବିଆଇ ଅନୁସନ୍ଧାନ ପାଇଁ ନିଶ୍ଚିତ ଭାବେ ରାଜି ହେବେ।

Latest Posts

Don't Miss