spot_img

Latest Posts

ଶ୍ରୀମନ୍ଦିର ପରିସରକୁ କରାଯାଉଛି ସାନିଟାଇଜ୍

ଭୁବନେଶ୍ୱର: ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର  । ଏସଓପି ଅନୁସାରେ ରବିବାର ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି  । ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା  । ଏବେ ବିନା କୋଭିଡ ରିପୋର୍ଟରେ ସମସ୍ତ ଭକ୍ତ ମହାବାହୁଙ୍କୁ  ଦର୍ଶନ କରୁଥିବାରୁ ସାନିଟାଇଜ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି  ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳି ନଥିଲା  । ଯେଉଁମାନଙ୍କ ପାଖରେ କୋଭିଡ଼ ନେଗେଟିଭ୍ ରିପୋର୍ଟ ଥିବ ସେମାନେ ହିଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଯାହାକୁ ପରବର୍ତ୍ତି ସମୟରେ ବଦଳାଯାଇଥିଲା ଏବଂ କୋଭିଡ଼ ରିପୋର୍ଟ ବିନା ହିଁ ଦର୍ଶନ କରିହେବ ବୋଲି ପ୍ରଶାସନ ଅନୁମତି ଦେଇଥିଲା ।

ତେବେ ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ଯାଇପାରିବେ ନାହିଁ। ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Latest Posts

Don't Miss