ବଜାଜ ପରେ କିଛି ନ୍ୟୁଜ ଚ୍ୟାନେଲଙ୍କୁ ବ୍ଲାକଲିଷ୍ଟ କଲା ପାର୍ଲେ-ଜୀ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି କମ୍ପାନୀ

ମୁମ୍ବାଇ: ବିସ୍କୁଟ ତିଆରି କରୁଥିବା କମ୍ପାନୀ ପାର୍ଲେ ଜୀ ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି କମ୍ପାନୀ ଏବେ କିଛି ନ୍ୟୁଜ୍ ଚ୍ୟାନେଲରେ ବିଜ୍ଞାପନ ନଦେବାକୁ ନିଷ୍ପତ୍ତି ନେଇଛି । ଯେଉଁ ଚ୍ୟାନେଲ ସମାଜରେ ବିଦ୍ୱେଶ ସୃଷ୍ଟିକାରୀ କଣ୍ଟେଟ୍ ପ୍ରସାରଣ କରୁଛି ସେହି ଚ୍ୟାନେଲରେ ପାର୍ଲେ ଜୀର କୌଣସି ଆଡ୍ ବାଜିବ ନାହିଁ । ଏହି ସୂଚନା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ନିଜେ ପ୍ରକାଶ କରିଛନ୍ତି । କମ୍ପାନୀ ଏହି ନିଷ୍ପତ୍ତି ନେବାର କାରଣ ମଧ୍ୟ ଦର୍ଶାଇଛି । ଯେଉଁ ସମୟରେ ମୁମ୍ବାଇ ପୋଲିସ କିଛି ଦିନ ପୂର୍ବରୁ ଟେଲିଭିଜନ ରେଟିଂ ପଏଣ୍ଟ ହେରଫେର ନେଇ ଖୁଲାସା କରିଥିଲା ସେହି ସମୟରେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଟିଭି ମିଡିଆକୁ ବିଜ୍ଞାପନ ଦେଉଥିବା ଏଜେନ୍ସିଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି ।

ପାର୍ଲେ ଜୀ କମ୍ପାନୀର ବରିଷ୍ଠ ଅଧିକାରୀ କୃଷ୍ଣାରାଓ ବୁଦ୍ଧ କହିଛନ୍ତି ଯେ, ସମାଜରେ ଭୁଲ କଣ୍ଟେଟ୍ ପ୍ରସାରଣ କରୁଥିବା ନ୍ୟୁଜ୍ ଚ୍ୟାନେଲରେ ସେ ଆଉ ବିଜ୍ଞାପନ ଦେବେ ନାହିଁ । ସମସ୍ତ ନ୍ୟୁଜ୍ ଚ୍ୟାନେଲ ନିଜ ନିଜ ଖବର ପ୍ରସାରଣର କଣ୍ଟେଟ୍ ରେ ପରିବର୍ତ୍ତନ ଆଣିବା ଜରୁରୀ । ପାର୍ଲେ ଜୀ କମ୍ପାନୀର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ପ୍ରତ୍ୟେକ ଚ୍ୟାନେଲର ପ୍ରକୃତ ଲକ୍ଷ୍ୟ ଗ୍ରାହକଙ୍କ ନିକଟରେ ସମସ୍ତ ଖବର ପହଞ୍ଚିଇବା ହେବା ଆବଶ୍ୟକ । ହେଲେ ଆଜିକାଲି ଅଧିକାଂଶ ଗଣମାଧ୍ୟମ ଟିଆରପି ପାଇଁ ମିଛ ଖବର ମଧ୍ୟ ପ୍ରସାରଣ କରୁଛନ୍ତି । ଏଥି ସହିତ ସୋସିଆଲ ମିଡିଆରେ ଜଣେ ୟୁଜର କମ୍ପାନୀର ଏଭଳି ପଦକ୍ଷେପକୁ ପ୍ରଶଂସା କରି ଲେଖିଛନ୍ତି ଯେ, “ଏହା ଦେଶ ପାଇଁ ଭଲ”। ଅନେକ ୟୁଜର ଲେଖିଛନ୍ତି ଯେ, ଅଧିକରୁ ଅଧିକ କମ୍ପାନୀ ଏଭଳି ନିଷ୍ପତ୍ତି ନେବା ଉଚିତ । ବୋଧ ହୁଏ ଏଭଳି ନିଷ୍ପତ୍ତି ଗଣମାଧ୍ୟମର ଖବର ପ୍ରସାରଣରେ ପରିବର୍ତ୍ତନ ଆଣିପାରେ ।

Parle Performance Boost Amid Coronavirus Crisis | HW English

ବଜାଜ ଅଟୋ ର ନିର୍ଦ୍ଦେଶକ ରାଜୀବ ବଜାଜ ସେମାନଙ୍କ ବିଜ୍ଞାପନ ପାଇଁ ତିନୋଟି ନ୍ୟୁଜ୍ ଚ୍ୟାନେଲକୁ ବ୍ଲାକଲିଷ୍ଟ କରିଥିଲେ। ଜଣେ ବ୍ୟବସାୟୀ ଭାବେ ସେ ସମାଜରେ ନିଜର କିଛି ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଟିଆରପି ରେଟିଂ ଏକ ଏମିତି ମାଧ୍ୟମ ଯାହା ଦ୍ୱାରା କେଉଁ ଟିଭି ଶୋ’କୁ ଲୋକେ ଅଧିକ ଦେଖୁଛନ୍ତି ତାହା ଜାଣିହେବ । ଏହା ଦ୍ୱାରା ଦର୍ଶକଙ୍କ ପସନ୍ଦ ଏବଂ ନାପସନ୍ଦ ବିଷୟରେ ଅନୁମାନ କରାଯାଇପାରିବ । ପ୍ରତ୍ୟେକ ଟିଭି ଚ୍ୟାନେଲରେ ଅନେକ କାର୍ଯ୍ୟକ୍ରମ ପ୍ରସାରିତ ହୁଏ । ଯେଉଁ ଚ୍ୟାନେଲର ଟିଆରପି ଅଧିକ ଥାଏ, ସେହି ଚ୍ୟାନେଲର ଲୋକପ୍ରିୟତା ଅଧିକ ବୋଲି କୁହାଯାଏ ।

Leave a Reply