spot_img

Latest Posts

ଉନ୍ମୋଚନ ହେଲା ପରୀକ୍ଷା ଦର୍ପଣ ଟେଷ୍ଟପେପର୍: ପ୍ରଥମେ ପଢ଼ିବେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ଚାପ କମାଇବ ପରୀକ୍ଷା ଦର୍ପଣ । ପ୍ରଥମେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ପଢିବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ। ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ୫୦ ହଜାର ବହି ପଠାଯାଉଛି। ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟକୁ ପଠାଯାଇଛି ପ୍ରଥମ ପର୍ଯ୍ୟାୟ ବହି। ସେହିଭଳି ଶିକ୍ଷକଙ୍କ ଆବଶ୍ୟକତା ପାଇଁ ପ୍ରତି ସ୍କୁଲକୁ ଗୋଟିଏ ଲେଖାଏଁ ବହି ଦିଆଯିବ।

ପରୀକ୍ଷାଦର୍ପଣ ଟେଷ୍ଟ ପେପର ଉନ୍ମୋଚନ କରିବା ସହ ପତାକା ଦେଖାଇ ମନ୍ତ୍ରୀ ସମୀର ଦାସ ବହି ଗାଡ଼ିକୁ ୪ଟି ଜିଲ୍ଲାକୁ ପଠାଇଛନ୍ତି। ଫେବୃଆରୀ ୧୨ ସୁଦ୍ଧା ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ବହି ପହଞ୍ଚିବ। ସେହିପରି ଫେବୃଆରୀ ୧୫ ବେଳକୁ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ଯେପରି ବହି ପହଞ୍ଚିବ ସେନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଡିଇଓ, ବିଇଓ ଏବଂ ପ୍ରଧାନଶିକ୍ଷକ ବହି ବଣ୍ଟନ ଦାୟିତ୍ୱରେ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

୭ଶହ ପୃଷ୍ଠା ସମ୍ବଳିତ ପରୀକ୍ଷା ଦର୍ପଣ  ୬ ଲକ୍ଷ ୨୦ ହଜାର ୫୦୮ଜଣ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ। କରୋନା ପାଇଁ ଚଳିତ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ମାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମ୍ କରାଯାଇଛି। ଅନ୍‌ଲାଇନ୍‌, ଟିଭି, ରେଡ଼ିଓରେ ପାଠପଢ଼ା ବ୍ୟବସ୍ଥା କରି ମଧ୍ୟ ଛାତ୍ରଛାତ୍ରୀ ଠିକ୍‌ରେ ପଢ଼ି ପାରିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି `ପରୀକ୍ଷା ଦର୍ପଣ’ ଟେଷ୍ଟ ପେପର ଦିଆଯିବ।

Latest Posts

Don't Miss