spot_img

Latest Posts

ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ନିରାଡମ୍ବର ଭାବେ  ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଏହାକୁ ଅନୁପାଳନ କରିଛନ୍ତି ଶ୍ରୀମୟୀ ମିଶ୍ର । ସେହି କ୍ରମରେ ଶୁକ୍ରବାର ଶ୍ରୀମୟୀ କଟକ ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ  ପାଳନ କରିଛନ୍ତି ।

sreemayee mishra odtc chairman

ସେଠି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ( ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି କଟକ ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମ କୁଯାଇ ସେଠାରେ ରହୁଥିବା ଅନ୍ତେବାସୀଙ୍କ  ସହ ସମୟ କାଟିଛନ୍ତି । ଆଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମଚାରୀଙ୍କୁ କରୋନା ପାଇଁ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସେମାନଙ୍କୁ ଶାଢୀ, ଶୀତବସ୍ତ୍ର, ମାସ୍କ, ସାନିଟାଇଜର, ଫଳ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିଥିଲେ ।

ଶ୍ରୀମୟୀଙ୍କ ଏହି ନିଆରା କାର୍ଯ୍ୟକ୍ରମରେ  ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କଟକ ଜୋନ୍ ସଭାପତି ସ୍ମୁତିରଞ୍ଜନ ଦାଶ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ  ଅଂଶୁମାନ ରଶ୍ମି ସାଗର ସେଠି,ଅପର୍ଣ୍ଣା ଦାସ, ବିଜୁ ଜନତା ଦଳ ର ଯୁଗ୍ମ ସମ୍ପାଦିକା ସ୍ଵରାଜ ଲଷ୍ମୀ ସାମଲ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି – ଭବାନୀ ଶଙ୍କର ଦାଶ, ଚିନ୍ମୟ ଦାସ, ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ପ୍ରୀତି ପ୍ରିୟଙ୍କା,  ଦୀପିକା ସାହୁ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦିକା -ଲଷ୍ମୀପ୍ରିୟା ଦୀକ୍ଷୀତ୍, ଯୁଗ୍ମ ସମ୍ପାଦିକା – ସୁପ୍ରିତି ନାଥ ଶର୍ମା, ସୋନାଲି ସାହୁ, ପୂର୍ଣ୍ଣିମା ବେହେରା ଓ ଡାକ୍ତର ସ୍ୱାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss