spot_img

Latest Posts

ଦୀର୍ଘ ଦିନର ଅସୁସ୍ଥତା ପରେ ଲାଲଜୀ ଟଣ୍ଡନଙ୍କ ନିଧନ, ଲକ୍ଷ୍ନୌରେ ତ୍ୟାଗ କଲେ ଶେଷ ନିଶ୍ୱାସ

ମଧ୍ୟପ୍ରଦେଶ: ଆଜି ସକାଳେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଛି । ୮୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲାଲଜୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଲକ୍ଷ୍ନୌରେ ଚିକିତ୍ସିତ ହେଉଥିଲେ। ଲାଲଜୀ ଟଣ୍ଡନଙ୍କ ମୃତ୍ୟୁ ବିଷୟରେ ତାଙ୍କ ପୁଅ ତଥା ୟୁପି ସରକାରରେ ଥିବା ମନ୍ତ୍ରୀ ଆଶୁତୋଷ ଟଣ୍ଡନ ଏନେଇ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । “ବାପା ଆଉ ନାହାଁନ୍ତି ବୋଲି” ସେ ଟ୍ୱିଟ୍ କରିଛନ୍ତି ।

ବିଳମ୍ବିତ ରାତିରେ ଲାଲଜୀ ଟଣ୍ଡନଙ୍କ ଅବସ୍ଥା ପୁଣି ଖରାପ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଲକ୍ଷ୍ନୌରେ ମେଦାନ୍ତା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ରାକେଶ କପୁର ଏହି ସୂଚନା ଦେଇଛନ୍ତି। ରାକେଶ କପୁର କହିଥିଲେ ଯେ, ଆଜି ଗତ କାଲି ସକାଳଠୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଆଜି ସକାଳ ୫ଟା ୩୫ମିନିଟରେ ତାଙ୍କର ଦେହାନ୍ତ ହୋଇଛି।

ଜୁନ୍ ମାସ ୧୧ ତାରିଖରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ସହ ଜ୍ୱର ଏବଂ ପରିସ୍ରା କରିବାରେ ଅସୁବିଧା ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା। ଏହି କାରଣରୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ଜୁନ୍ ମାସ ୧୩ ତାରିଖରେ ଲାଲଜୀ ଟଣ୍ଡନଙ୍କର ଅପରେସନ୍ ହୋଇଥିଲା । ଅବସ୍ଥା ଗୁରୁତ୍ୱର ହେବାପରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ମଝିରେ ଦୁଇ ଦିନ ତାଙ୍କୁ ବାଇ-ପ୍ୟାପ୍ ମେସିନରେ ରଖାଯାଇଥିଲା । ହସ୍ପିଟାଲର ନିର୍ଦ୍ଦେଶକ ରାକେଶ କପୁରଙ୍କ ଅନୁଯାୟୀ ଲାଲଜୀ ଟଣ୍ଡନ କିଡନୀ ଜନିତ ରୋଗରେ ପୀଡିତ ଥିଲା। ଏହି ପରିସ୍ଥିତିରେ ତାଙ୍କର ଡାଏଲିସିସ୍ କରିବାକୁ ପଡିଥିଲା । ଧିରେ ଧିରେ ଯକୃତରେ ମଧ୍ୟ ସମସ୍ୟା ଦେଖାଦେଇଥିଲା  ।

୧୯୩୫ ମସିହା ଏପ୍ରିଲ ମାସ ୧୨ ତାରିଖ ଚୌକ ଗାଁରେ ତାଙ୍କର ଜନ୍ମ ହୋଇଥିଲା ।  ଲାଲଜୀ ଟଣ୍ଡନ ଭାରତୀୟ ଜନତା ପାର୍ଟି (ବିଜେପି) ର ଜଣେ ବରିଷ୍ଠ ନେତା ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତାଙ୍କର ନିବିଢ଼ ସମ୍ପର୍କ ଥିଲା । ଲାଲଜୀ ଟଣ୍ଡନ୍ ବିଧାନ ପରିଷଦର ସଦସ୍ୟ ତଥା ବିଧାନ ପରିଷଦର ସଦସ୍ୟ ଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ୨୦୦୯ ମସିହାରେ ଲକ୍ଷ୍ନୌ ଲୋକସଭା ଆସନ ପାଇଁ ଲାଲଜୀ ଟଣ୍ଡନଙ୍କୁ ଚୟନ କରାଯାଇଥିଲା। ସେ କଂଗ୍ରେସ ପ୍ରାର୍ଥୀ ରୀତା ବାହୁଗୁନା ଯୋଶୀଙ୍କୁ ୪୦ ହଜାର ଭୋଟରେ ପରାସ୍ତ କରିଥିଲେ । ୨୦୧୮ ମସିହା ଅଗଷ୍ଟ ମାସ ୨୩ ତାରିଖରେ, ଲାଲଜୀ ଟଣ୍ଡନ୍ ବିହାରର ରାଜ୍ୟପାଳ ହୋଇଥିଲେ। ଏହା ପରେ, ୨୦୧୯ ମସିହା ୨୯ ତାରିଖରେ ତାଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ କରାଯାଇଥିଲା।

Latest Posts

Don't Miss