spot_img

Latest Posts

ଜମତାରା ସାଇବର ଠକଙ୍କ ଉପରେ ରିସର୍ଚ୍ଚ କରିବ ଆମେରିକା

‘ଏତେ ଟଙ୍କା ରୋଜଗାର କରି କ’ଣ କରିବ?’ ଉତ୍ତର- ଜମତାରାର ସବୁଠାରୁ ଧନୀ ବ୍ୟକ୍ତି ହେବି । ଏହି ଡାଇଲଗ୍ ହେଉଛି ନେଟଫ୍ଲିକ୍ସର ଲୋକପ୍ରିୟ ୱେବସିରିଜ ଜମତାରା ଫିଲ୍ମର ।

ଜମତାରା ଖାଲି ଏକ ଫିଲ୍ମ ନୁହେଁ ବରଂ ଏହି ଗ୍ୟାଙ୍ଗ ହେଉଛି ସାଇବର କ୍ରାଇମର ଅନ୍ୟ ନାମ। ଆପଣଙ୍କ ଏଟିଏମ୍ ବନ୍ଦ ହୋଇଯାଇଛି କିମ୍ବା ଆପଣଙ୍କ ନାମରେ ଲଟେରୀ ବାହାରିଛି କହି ଖାଲି କରିଦିଅନ୍ତି ପୁରା ଆକାଉଣ୍ଟ । ଏହି କାରଣରୁ ସାରା ଦେଶରେ ସାଇବର ଅପରାଧ ଜଗତରେ କୁଖ୍ୟାତ ହେଉଛି ଜମତାରା ।

ଦେଶର ଅଧିକାଂଶ ସାଇବର ଠକେଇ ମାମଲା ଝାଡଖଣ୍ଡର ଏହି ଜିଲ୍ଲା ସହ ଜଡିତ। ଜାମତାଡାର ଜଣେ ନାବାଳକ ମଧ୍ୟ ଶିକ୍ଷିତ ଲୋକଙ୍କୁ ଠକିବାରେ ଏକପ୍ରକାର ମାହିର। ଏହି ଗ୍ୟାଙ୍ଗର ଜାଲରେ ଫସି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଯାଏଁ ସମସ୍ତେ ଠକାମୀର ଶିକାର ହୋଇଛନ୍ତି ।

ଜମତାରା ଗ୍ୟାଙ୍ଗ ଆମେରିକାରେ ମଧ୍ୟ ପରିଚିତ । ଆଉ ଯେଉଁଥିପାଇଁ ଆମେରିକୀୟ ଏଜେନ୍ସି ବର୍ତ୍ତମାନ ଜମତାରା ଗ୍ୟାଙ୍ଗର ସନ୍ଧାନ କରିବା ସହ ତାଙ୍କ ଉପରେ ଗବେଷଣା କରିବାକୁ ଚାହୁଁଛି ।

Commissionerate Police Issued Helpline For Reporting Cyber Crime

ଆମେରିକାର ଏଜେନ୍ସି ଅନୁସନ୍ଧାନ କରିବ ଯେ ଏହି ଅଞ୍ଚଳର ଅଳ୍ପ ପାଠୁଆ ଯୁବକମାନେ କିପରି ବଡବଡ ଲୋକଙ୍କୁ ଠକାମିର ଶିକାର କରୁଛନ୍ତି। ଆଉ ସେମାନେ କିପରି ଟେକ୍ନୋଲୋଜି ତଥା କମ୍ପ୍ୟୁଟର ବିଷୟରେ ଏତେ ଗହନ ଜ୍ଞାନ ପାଉଛନ୍ତି ଯେ ସେମାନେ ଲୋକମାନଙ୍କ ଆକାଉଣ୍ଟକୁ ହ୍ୟାକ୍ କରିପାରୁଛନ୍ତି ।

ଗତ ବର୍ଷ ଅଗଷ୍ଟ ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ଏବଂ ସାଂସଦ ପରଣିତ କୗେରଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକେଇ ମାମଲା ରୁଜୁ ହୋଇଥିଲା। ଜମତାରାର ଅତାଉଲ ଅନସାରୀ ନାମକ ଜଣେ ବ୍ୟକ୍ତି ନିଜକୁ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର କହି ପରଣିତଙ୍କ ଠାରୁ ଠକେଇ କରିଥିଲେ।

ଜାମତାଡାରେ ଆମେରିକୀୟ ଏଜେନ୍ସି ପହଞ୍ଚି ସେଠାରେ ଥିବା ଯୁବକଙ୍କର ବ୍ରେନ୍ ମ୍ୟାପିଂ କରିବେ। ଆଉ ଜାଣିବାକୁ ଚେଷ୍ଟା କରିବେ କିଭଳି ଅଳ୍ପ ଶିକ୍ଷିତ ମାନେ ବଡବଡ ଲୋକଙ୍କୁ ଠକିବାରେ ସଫଳ ହେଉଛନ୍ତି ।

Latest Posts

Don't Miss