EMI ଅଟକାଇବା ନାଁରେ ଆସୁଛି ଫ୍ରଡ୍ କଲ୍, ରୁହନ୍ତୁ ସାବଧାନ !

ନୂଆଦିଲ୍ଲୀ: କରୋନାର ମହାମାରି ଏବଂ ଲକଡାଉନ ମଧ୍ୟରେ ବି ଥମୁନି ଠକଙ୍କ ଉତ୍ପାତ । ବର୍ତ୍ତମାନ ଠକେଇ କରିବାର ନୂଆ ଉପାୟ ଆପଣାଇଛନ୍ତି । ଠକ ମାନେ ଲୋନ କରିଥିବା ବ୍ୟକ୍ତିଙ୍କ ପାଖକୁ ଫୋନ ଏବଂ ମେସେଜ କରି ଇଏମଆଇ ନଦେବାପାଇଁ କହି ସେମାନଙ୍କୁ ଠକୁଛନ୍ତି । ତେବେ ବ୍ୟାଙ୍କ ଏଭଳି କଲ୍ ଏବଂ ମେସେଜ ପ୍ରତି ସଜାଗ ରହିବା ପାଇଁ ଗ୍ରାହକ ମାନଙ୍କୁ ସତର୍କ କରାଇଛି ।

 

ଏହିପ୍ରକାର ସାଇବର ଠକ ମାନେ ବ୍ୟାଙ୍କ ପ୍ରତିନିଧିଙ୍କ ରୂପରେ ଫୋନ କରି  ସେମାନଙ୍କ EMI କୁ ତିନିମାସ ପାଇଁ ଛାଡ କରାଯାଉଛି ବୋଲି କୁହନ୍ତି ଓ ପରେ, ସେମାନେ ଏକ OTP ଅଂଶୀଦାର କରିବାକୁ କୁହନ୍ତି | ଯଦି କେହି ହଠାତ୍ OTP ଅଂଶୀଦାର କରନ୍ତି, ତେବେ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଚଳୁ କରିଦିଅନ୍ତି ଏହି ଠକ ।

ବର୍ତ୍ତମାନ ବ୍ୟଙ୍କ ନିଜ ଗ୍ରହକ ମାନଙ୍କୁ ମେଲ, ଟ୍ୱିଟ ଏବଂ ମେସେଜ ମାଧ୍ୟମରେ ଏଭଳି ଠକ ମାନଙ୍କ ପ୍ରତି ସତର୍କ ରହିବା ପାଇଁ ସୂଚନା ଦେଉଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଟ୍ୱିଟ କରି ସତର୍କ କରାଇଛି ଯେ, ସାଇବର ଠକେଇ ଲୋକଙ୍କୁ ଠକିବାର ଏକ ନୂଆ ଉପାୟ ଆପଣାଉଛନ୍ତି । ଏହି ସାଇବର ଠକଙ୍କ ଠାରୁ ଦୂରେଇ ରହିବାର ଏକମାତ୍ର ଉପାୟ ହେଉଛି ସାବଧାନ ରହିବା ଏବଂ ଜାଗୃତ ରହିବା । ଦୟାକରି ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ, EMI ଛାଡ଼ କରିବାପାଇଁ କୌଣସି OTP ଦରକାର ନଥାଏ । ନିଜର OTP କାହାକୁ ଦିଅନ୍ତ ନାହିଁ । ଆପଣଙ୍କ ଲୋନର EMIକୁ ଟାଳିବା ପାଇଁ ବ୍ୟାଙ୍କର ୱେବସାଇଟ https://bank.sbi/stopemi ରେ ସଂପର୍କ କରନ୍ତୁ ।

ସେହିପରି ଭାବରେ ଆଇସିଆଇ ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ ସତର୍କ କରାଇ କହିଛି ଯେ,   ‘କୌଣସି ବ୍ୟାଙ୍କ ଆପଣଙ୍କ EMI କିମ୍ବା ସୁଧ ଦେୟ ସ୍ଥଗିତ ରଖିବା ପାଇଁ OTP, ୟୁଜର୍ ID କିମ୍ବା ପାସୱାର୍ଡ ପରି ଆପଣଙ୍କର ଗୁପ୍ତ ବ୍ୟାଙ୍କିଙ୍ଗ୍ ବିବରଣୀ ମାଗନ୍ତି ନାହିଁ | ତେଣୁ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ବ୍ୟାଙ୍କିଂ ଗ୍ରହଣ କର ।

Leave a Reply