spot_img

Latest Posts

୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ମୋଦି ସରକାର ବଡ଼ ଘୋଷଣା କରିଛନ୍ତି । ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରାଯାଇଛି । ଏହାଦ୍ୱାରା କୃଷକ ଉତ୍ପାଦନରେ ୫୦ରୁ ୮୩ ପ୍ରତିଶତ ଦର ଅଧିକ ପାଇବେ । ଚାଷ ପାଇଁ ନିଆଯାଇଥିବା ୩ ଲକ୍ଷ ଟଙ୍କା ଋଣ ପରିଶୋଧ ସମୟ ସୀମା ୩୧ ଅଗଷ୍ଟ ୨୦୨୦ ଯାଏଁ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଜୋୱାର ହାଇବ୍ରିଡ୍ ୨୬୨୦ ଟଙ୍କା, ବାଜରା ୨୧୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମାଣ୍ଡିଆରେ ଦର ୫୦ ପ୍ରତିଶତ ଦର ବୃଦ୍ଧି ହୋଇଥିବା ବେଳେ ମକାରେ ୫୩ ପ୍ରତିଶତ, ହରଡ଼ ଡାଲିରେ ୫୮, ମୁଗରେ ୫୦, କୋଳଥରେ ୬୪, ବାଦାମ ୫୦, ସୂର୍ଯ୍ୟମୁଖୀ ୫୦, ସୋୟାବିନ୍ ୫୦, ରାଶି ୫୦, କପାରେ ୫୦ ପ୍ରତିଶତ ଦର ବୃଦ୍ଧି କରାଯାଇଛି ।

କୃଷକଙ୍କୁ  ୩ ଲକ୍ଷ ଟଙ୍କା ଋଣ ଉପରେ ୨ ପ୍ରତିଶତ ସୁଧ ଛାଡ଼ କରାଯାଇଥିବା ବେଳେ ସମୟରେ ଋଣ ପରିଷୋଧ କଲେ ଆଉ ୩ ପ୍ରତିଶତ ସୁଧ ଛାଡ଼ ହେବ । ତେଣୁ, କୃଷକଙ୍କୁ ୪ ପ୍ରତିଶତ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଅଗଷ୍ଟ ୩୧ ଯାଏଁ କୃଷକ ଏହାର ସୁବିଧା ନେଇପାରିବେ ।

ରାସ୍ତାକଡ଼ ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଋଣ, ସମୟ ଭିତରେ ପରିଶୋଧ କଲେ ୭% ସୁଧ ଛାଡ଼

Latest Posts

Don't Miss