ହରିୟାଣା ବିଧାନସଭାର ୯୦ ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ୧୯ ୫୭୮ ପୋଲିଂ ବୁଥରେ ୧ କୋଟି ୮୪ ଲକ୍ଷ ଭୋଟର ମତଦାନ କରୁଛନ୍ତି। ସକାଳୁ ସକାଳୁ ବହୁ ହେଭିୱେଟ୍ ନେତା ପୁଲିଂ ବୁଥରେ ପହଞ୍ଚି ମତଦାନ କରିଛନ୍ତି । ହରିୟାଣାରେ ୯୮ ଲକ୍ଷ ୭୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୮୫ ଲକ୍ଷ ୧୨ ହଜାର ମହିଳା ଭୋଟର ଅଛନ୍ତି । ୧୧୬୯ ପ୍ରାର୍ଥୀ ଏଥର ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୨୦୧୪ରେ ଏଠାରେ ବିଜେପି କ୍ଷମତାକୁ ଆସିଥିଲା । ଏଥର ମଧ୍ୟ ସବୁ ରାଜନୀତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ')}

