ଭୁବନେଶ୍ୱର: ଆରମ୍ଭ ହେଲା ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ । ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ । ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ବକ୍ସ ଅଫିସ ଟିକେଟ ବିକ୍ରି । ସକାଳ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏ ଟିକେଟ ବକ୍ରି କରାଯିବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର ୮ ନିକଟସ୍ଥ ରିଜର୍ଭ ପୋଲିସଲାଇନ ଗ୍ରାଉଣ୍ଡରେ ଟିକେଟ ମିଳିବାକୁ ଥିବା ବେଳେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ ଗେଟ୍ ନମ୍ବର ୬ ଓ ୨ ରେ ମିଳିବ ଟିକେଟ ।
କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟିମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ହକି ବିଶ୍ୱକପକୁ ଆଉ ମାତ୍ର କେଇ ଦିନ ଥିବାବେଳେ ଚଳଚଞ୍ଚଳ ହୋଇଛି ଭୁବନେଶ୍ୱର-କଟକ-ରାଉରକେଲା । ସହରକୁ ନୂଆ ରୂପ ଦେଉଛନ୍ତି ରାଜ୍ୟ ସରକାର । କ୍ରୀଡା ଭିତ୍ତିଭୂମିକୁ ମଜଭୁତ କରାଯିବା ସହ ରାସ୍ତାଘାଟକୁ ସଜ୍ଜା ଯାଉଛି । ବିଭିନ୍ନ କାନ୍ଥରେ ଐତିହ୍ୟର ଚିତ୍ର ଅଙ୍କନ କରାଯାଉଛି ।

