ଭୁବନେଶ୍ବର : ମାର୍କେଟ ବିଲ୍ଡିଂରେ ପୁଣି ସୃଷ୍ଟି ହୋଇଥିଲା ଉତ୍ତେଜନା । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଆଜି ଉଗ୍ରରୂପ ନେଇଥିଲା । ବିଏମସି ନିଷ୍ପତ୍ତିକୁ ଉଲଘଂନ କରି ମାର୍କେଟ ବିଲ୍ଡିଂ ଭିତରେ 5 ରୁ 6 ଜଣ ଉଠା ଦୋକାନୀ ଆଜି ଦୋକାନ ପକାଇ ଥିଲେ । ସିଏମଏ ସ୍ପେଶାଲ ଟିମ ଯାଞ୍ଚ ବେଳେ ଉଠା ଦୋକାନୀ ଦୋକାନ ପକାଇଥିବା ଦେଖି ଥିଲେ । ସେମାନଙ୍କୁ ବାହାରକୁ ଯିବା ପାଇଁ କହିବାରୁ କୋର୍ଟର ଅର୍ଡର ଦେଖାଇ ଯୁକ୍ତିତର୍କ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ସେଣ୍ଟ୍ରାଲ ମାର୍କେର୍ଟ ଆସୋସିଏସନ ଓ ଉଠା ଦୋକାନୀ ମୁହଁମୁହିଁ ହୋଇଥିଲେ ।
ଶେଷରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ହସ୍ତକ୍ଷେପ କରିଥିଲା । ବୁଝା ସୁଝା କରିବା ପରେ ବିଏମସିର ନିୟମକୁ ପାଳନ କରିବାକୁ କହିଥିଲା । 5 ବର୍ଷ ପଯ୍ୟନ୍ତ ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ମାର୍କେର୍ଟ ଆସୋସିଏସନ ଦାଇତ୍ବରେ ରହିବ । ନିଜସ୍ବ ଖର୍ଚ୍ଚରେ ସୌନ୍ଦର୍ଯ୍ୟକରଣ କରିବେ । ଉଠା ଦୋକାନୀଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ବିଏମସି କହିଛି ।

