ସିଦ୍ଧୁ ମୁସେବାଲାଙ୍କ ଶରୀର ଫୁଟି ବାହାରି ପଡ଼ିଛି ୨୪ଟି ଗୁଳି

ଅମୃତସର: ଭୟଭୀତ କରିଛି ପଞ୍ଜାବୀ ଗାୟକଙ୍କ ପୋଷ୍ଟମର୍ଟମ ରିପୋର୍ଟ  । ପାଞ୍ଚ ଜଣିଆ ଡାକ୍ତରୀ ପ୍ୟାନେଲ କରିଛି ପୋଷ୍ଟମର୍ଟମ । କିନ୍ତୁ ପୋଲିସକୁ ହସ୍ତାନ୍ତର ହୋଇନାହିଁ ଏହି ରିପୋର୍ଟ  । ମିଳିଥିବା ଗୁପ୍ତ ସୂଚନା ମୁତାବକ ସିଦ୍ଧୁ ମୁସେବାଲାଙ୍କୁ ହୋଇଛି ୩୦ ରାଉଣ୍ଡ ଫାୟାରିଂ  । କିନ୍ତୁ ଭୟଭୀତ କରିଛି ଏହି ଗୁଳିକାଣ୍ଡ  । କାରଣ ୩୦ ଗୁଳି ମଧ୍ୟରୁ ୨୪ଟି ଗୁଳି ସିଦ୍ଧୁ ମୁସେବାଲାଙ୍କ ଶରୀର ପଶି ବାହାରି ଯାଇଛି  । ହାଇ ଟେକନିକ  ବନ୍ଧୁକରେ ଫାୟାରିଂ ହୋଇଥିବା ଅନୁମାନ କରାଯାଉଛି  ।

ମନସା ଜିଲ୍ଲା ହସ୍ପିଟାଲରେ ପୋଷ୍ଟମର୍ଟମ ଚାଲିଥିଲା  । ଏହି ସମୟରେ ଜଣା ପଡିଥିଲା ଯେ, ମୁସେବାଲାଙ୍କ ଶରୀରରେ ଦୁଇ ଡର୍ଜନରୁ ଅଧିକ ଗୁଳି ବାଜିଛି  । ଅଧିକ ରକ୍ତସ୍ରାବ ଯୋଗୁଁ ହିଁ ସିଦ୍ଧୁଙ୍କ ମୃତ୍ୟୁ ଘଟିଛି  ।  ତେବେ ସିଦ୍ଧୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତତ୍କାଳୀନ କଂଗ୍ରେସ ସରକାର ସୁରକ୍ଷା ଯୋଗାଇ ଦେଇଥିବାବେଳେ ଆପ ସରକାର ନିକଟରେ ଉଠାଇଥିଲା ସୁରକ୍ଷା ବ୍ୟବସ୍ଥା  । ସେପଟେ ଭିଆଇପି ସୁରକ୍ଷା ହଟିବାର ଗୋଟିଏ ଦିନ ପରେ ମୁସେବାଲାଙ୍କୁ ହୋଇଛି ଗୁଳିକାଣ୍ଡ  । ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି  ।

କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାକୁ ମାରିବା ପାଇଁ ମିଳିଥିଲା ସୁପାରୀ  । ସୁପାରୀ ନେଇଥିଲା ଗାହ୍ଗଷ୍ଟାର ଶାହାରୁଖ  । ଶାହାରୁଖ ମୁସେବାଲାଙ୍କ ମାନେଜର ଥିବାବେଳେ ଗୋଲଡ଼ୀ  ଏବଂ ଲରେନ୍ସ ସୁପାରୀ ଦେଇଥିବା ପୋଲିସ ଜାଣିବାକୁ ପାଇଛି  । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ମୁସେବାଲାଙ୍କ ଶରୀରରେ କେମିତି ୨୪ଟି ଗୁଳି ପ୍ରବେଶ କରି ବାହାରି ପଡିଛି  । ଏହି ଅତ୍ୟାଧୁନିକ କ୍ଷମତା ସମ୍ପର୍ଣ୍ଣ ବନ୍ଧୁକ ଆସିଲା କେଉଠୁ ? ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି ? ସୁପାରୀ ନେଇଥିବା ମ୍ୟାନେଜର ମର୍ଡର କରିଛି ନା ଆଉ କିଏ ?

ମୁସେବାଲାଙ୍କୁ ପଞ୍ଜାବର ମନସା ଗ୍ରାମ ପାଖରେ ହୋଇଥିଲା ଫାୟାରିଂ । ମନସା ଗ୍ରାମ ନିକଟରେ ମୁସେବାଲା ନିଜ ମହିନ୍ଦ୍ରା ଗାଡିରେ ଆସୁଥିବାବେଳେ ଏକ ଧଳା ରଙ୍ଗର କାରରେ କିଛି ଦୁର୍ବୁତ୍ତ ଆସିଥିଲେ  । ଏବଂ ସିଦ୍ଧୁ ମୁସେବାଲାଙ୍କ ଗାଡିକୁ ଆଖିବୁଜା ଗୁଳି ଚାଳନା କରିଥିଲେ  । ମୁସେବାଲାଙ୍କ ମୃତ୍ୟୁ ଘଟିଥିବାବେଳେ ସାଥିରେ ଥିବା ଦୁଇ ଜଣ ସହାୟକ ଗୁରୁତର ଆହତ ହୋଇଛନ୍ତି  ।