ଭୁବନେଶ୍ୱର: ଆରୁସ୍କା ଡିଲ ମଲ୍ଟି ଟ୍ରେଡ ପ୍ରାଇଭେଟ ଲିମିଟେଡ ନାମରେ 30 କୋଟି ଠକେଇ ଅଭିଯୋଗ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କଲେ ଜମାକାରୀ । ସଂସ୍ଥା ମୁଖ୍ୟ ଶରତ ନାୟକ, ପ୍ରଭାତ ରଞ୍ଜନ ଦାଶ, ପ୍ରଶାନ୍ତ ମହାଳିକ ଓ ବିଶିକେଶନ ବେହେରାଙ୍କ ନାମରେ ଅଭିଯୋଗ ହୋଇଛି । ୨୦୧୯ରେ ସଂପୃକ୍ତ ସଂସ୍ଥା ଖୋଲି ବିଭିନ୍ନ ପ୍ରକାର ପ୍ରଡକ୍ଟ ବିକ୍ରି କରିବା ପାଇଁ ଫ୍ରାଞ୍ଚାଇଜ ଦେବା ଓ ଚେନ୍ ଷିଷ୍ଟମ ଭଳି ଜମାକାରୀମାନଙ୍କୁ ଲୋଭ ଦେଖାଇ ସଂସ୍ଥାରେ ନିଯୋଜିତ କରିଥିଲା ।
ଏପରିକି ଲୋକମାନେ ଟାର୍ଗେଟ୍ ଆମାଉଣ୍ଟର ସାମଗ୍ରୀ ବିକ୍ରି କଲେ ମୋଟା ଅଙ୍କର କମିଶନ ମିଳିବ ବୋଲି କମ୍ପାନୀ ଜମାକାରୀ ଓ ଫ୍ରାଞ୍ଚାଇଜ ନେଉଥିବା ଲୋକଙ୍କୁ ଲୋଭ ଦେଖାଉଥିଲା । ଟଙ୍କା ଲୋଭରେ ଭଦ୍ରକ, ବାଲେଶ୍ୱର, ରାଇରଙ୍ଗପୁର, କେନ୍ଧୁଝର. ଧାମ ନଗର, ଚାନ୍ଦବାଲି ସମେତ ଉପକୂଳ ଓଡିଶାର ପାଖାପାଖି ୩୦ କୋଟି ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି ।
ଏପରିକି ଜଣେ କର୍ମଚାରୀ ଆର୍ମିରୁ ଅବସର ନେଇ ନିଜର ସମସ୍ତ ପୁଞ୍ଜିକୁ ବିନିଯୋଗ କରି ଠକେଇ ଶିକାର ହୋଇଛନ୍ତି । ସେପଟେ ସଂପୃକ୍ତ ସଂସ୍ଥାର ମୁଖ୍ୟ ମୁଖ୍ୟ ଶରତ ନାୟକ ଏକ କାର୍ଯ୍ୟକ୍ରମରେ ଖଣ୍ଡା ବୁଲାଇବା ସହ, କୋଟିପତି ହେବାର ସ୍ବପ୍ନ ଦେଖାଉଥିଲେ । ୨ ଜଣ ନୂଆ କମ୍ପାନୀ ଖୋଲିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜମାକାରୀ କହିଛନ୍ତି । ଇଓଡବ୍ଳୁରେ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଛି ।

