ମହାନଦୀ ଓଭରବ୍ରିଜ ଉପରୁ ଖସିପଡ଼ିଲେ ଯୁବକ ; ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ

କଟକ : ମହାନଦୀ ଓଭରବ୍ରିଜ ଉପରୁ ଦୁର୍ଘଟଣାବଶତଃ ନଦୀ ବାଲିକୁ ଖସିପଡ଼ିଲେ ଯୁବକ । ଯୁବକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୁବକ ଜଣକ ହେଲେ ଛତିଆ ଅଞ୍ଚଳର ସତିଶ । ଭୋର ୪ଟା ବେଳକୁ ଯୁବକ ଜଣଙ୍କ ଦୁଇ ଚକିଆ ଗାଡ଼ିରେ ଯାଉଥିବା ବେଳେ ଟ୍ରକ୍ ସାଇଡ ମାରିଥିଲା । ସେ ନଦୀ ଭିତରକୁ ଖସି ପଡ଼ିଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ପଠାଯାଇଛି ।