ଭୁବନେଶ୍ୱର : ଏଣିକି ମାସିକ ରିପୋର୍ଟ ଦେବେ ବିଜେଡି ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀରେ କଣ କାମ କରୁଛନ୍ତି ସେ ନେଇ ରିପୋର୍ଟ ଦେବେ। ପ୍ରତି ଦୁଇମାସକୁ ଥରେ ଦେବେ ରିପୋର୍ଟ । ଏଥିପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅମର ଶତପଥି, ଉଷା ଦେବୀ ଓ କିଶୋର ମହାନ୍ତି ଅଛନ୍ତି ।