ବିରାଟ କୋହଲିଙ୍କ ପିଲାଦିନ କୋଚ ରାଜକୁମାର ଶର୍ମା ବିରାଟଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ବିରାଟ ତାଙ୍କ ପତ୍ନୀ ଅନୁଷ୍କା ଓ ତାଙ୍କ ଦୁଇ ସନ୍ତାନ ଙ୍କ ସହ ଭାରତ ଛାଡି ଲଣ୍ଡନରେ ବସବାସ କରିବାର ଯୋଜନା କରୁଛନ୍ତି ।
ବିରାଟ କୋହଲିଙ୍କୁ ନେଇ କୋଚ ରାଜକୁମାର ଶର୍ମା ଏକ ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତାଙ୍କ ପରିବାର ସହ ଲଣ୍ଡନ ଯିବାକୁ ଯୋଜନା କରିଛନ୍ତି । ଜାତୀୟ ଗଣମାଧ୍ୟମ ରିର୍ପୋଟ ଅନୁଯାୟୀ ଖୁବଶୀଘ୍ର ବିରାଟ ଭାରତ ଛାଡି ଲଣ୍ଡନରେ ବସବାସ କରିବେ । ବିରାଟଙ୍କ ଲଣ୍ଡନ ଯିବା କଥା ନେଇ ଆଗରୁ ମଧ୍ୟ କିଛି ଖବର ସାମ୍ନାକୁ ଆସିଥିଲା । କୋହଲି ଓ ତାଙ୍କ ପରିବାର ଅଧିକାଶଂ ସମୟ ଲଣ୍ଡନରେ ବିତାଇଥାନ୍ତି । ତାଙ୍କର ପୁଅ ମଧ୍ୟ ଲଣ୍ଡନରେ ଜନ୍ମ ହୋଇଥିଲେ ।
କିଛି ଦିନ ତଳେ ରାଜକୁମାର ଶର୍ମା ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇଥିଲେ । ସେଠାରେ ତାଙ୍କୁ ବିରାଟ କୋହଲିଙ୍କ ଲଣ୍ଡନରେ ବସବାସ କରିବା ନେଇ ପ୍ରଶ୍ନ କରାଯାଇଥିଲା। ତାଙ୍କ ଉତ୍ତରରେ ସେ କହିଥିଲେ ଯେ ହଁ ଖୁବ ଶୀଘ୍ର ବିରାଟ ଭାରତ ଛାଡି ଲଣ୍ଡନରେ ବସବାସ କରିବେ । କୋହଲିଙ୍କ ଅବସର ବିଷୟରେ ମଧ୍ୟ ତାଙ୍କ କୋଚଙ୍କୁ ପଚରା ଯାଇଥିଲା । ତାଙ୍କୁ ପଚରା ଯଇଥିଲା ଯେ ବର୍ଡର ଗାଭାସ୍କର ଟ୍ରଫି ପରେ ବିରାଟ ଅବସର ନେବେ କି ? ଏହାର ଉତ୍ତରରେ ସେ କହିଥିଲେ ନା ବିଲକୁଲ ନୁହେଁ । ସେ ଏବ ମଧ୍ୟ ଫିଟ ଅଛନ୍ତି ।
ବର୍ତ୍ତମାନ ବିରାଟ ବଡର – ଗାଭାସ୍କର ଟ୍ରଫି ଖେଳୁଛନ୍ତି । ଏହି ଗସ୍ତରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଖୁବ ଖରାପ ରହିଛି । ଷ୍ଟମ୍ପ ଲାଇନ ବଲ ତାଙ୍କୁ ବହୁତ ଅସୁବିଧାରେ ପକାଉଛି । ପର୍ଥ ଟେଷ୍ଟ ମ୍ୟାଚରେ ବିରାଟ ଏକ ଶତକ ହାସଲ କରିଥିଲେ । କିନ୍ତୁ ବାକି ସବୁ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଭଲ ନଥିଲା । ଆଗକୁ ଥିବା ବାକି ସବୁ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ଓ ଫର୍ମକୁ ମଧ୍ୟ ଫେରିବେ ବୋଲି ତାଙ୍କ କୋଚ କହିଛନ୍ତି ।
ତାଙ୍କ ଅବସର ନେବା ବିଷୟରେ ତାଙ୍କ କୋଚ କହିଛନ୍ତି ଯେ ବିରାଟ ଏବେ ଅବସର ନେବେ ନାହିଁ । ସେ ୨୦୨୭ ବିଶ୍ବକପ ଖେଳିବେ । ପ୍ରଥମ ଟେଷ୍ଟରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଶତକ କରିଥିଲେ । ବାକି ଦୁଇ ମ୍ୟାଚରେ ମଧ୍ୟ ସେ ଆଉ ଦୁଇଟି ଶତକ ହାସଲ କରିବେ । ସେ ଜଣେ ଏମିତି ଖେଳାଳୀ ଯିଏ ସର୍ବଦା ତାଙ୍କ ଖେଳକୁ ଉପୋଭୋଗ କରନ୍ତି । ବିରାଟଙ୍କ ଫର୍ମ ଚିନ୍ତା ଜନକ ନୁହେଁ । ତାଙ୍କ ଫର୍ମ ନ ଥିଲେ ମଧ୍ୟ ବଡ ବଡ ମ୍ୟାଚରେ ସେ ଖେଳି ଟିମକୁ ଜିତାଇଛନ୍ତି । ତାଙ୍କ ଫ୍ୟାନ ମାନଙ୍କର ଏବେ ବି ତାଙ୍କ ଉପରେ ଭରଷା ଅଛି । ମୋର ବିଶ୍ବାସ ଯେ ବିରାଟ ଆଉ ପାଞ୍ଚ ବର୍ଷ କ୍ରିକେଟ ଖେଳିବେ । ମୁଁ ତାଙ୍କୁ ୧୦ ବର୍ଷ ବୟସରୁ ଜାଣିଛି । ଅବସର ନବା ପାଇଁ ତାଙ୍କର ବୟସ ହୋଇନାହିଁ ।


