ଭୁବନେଶ୍ବର: ମାଇକ୍ରୋସଫ୍ଟର ସହ-ପତିଷ୍ଠାତା ଏବଂ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ୍ର ସହ-ଅଧ୍ୟକ୍ଷ ବିଲ୍ ଗେଟସଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ୨୦୨୩ ପ୍ରଦାନ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍ ଗେଟସ୍ଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ବିଲ୍ ଗେଟସ୍ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ସମାନ ଅଧିକରୁ ଅଧିକ ସମାଜସେବା କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ବିଲ ଗେଟ୍ସ । ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା କ୍ଷେତ୍ରରେ ଅଚ୍ୟୁତଙ୍କ ଦୂରଦୃଷ୍ଟି ଓ ତ୍ୟାଗକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟର ଉପ କୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା କିସ୍ ତରଫରୁ ବିଲ୍ ଗେଟ୍ସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

