ଫୁଲବାଣୀରେ ମାତିଲେ ମାଓବାଦୀ; ଜାଳି ଦେଲେ ଜେସିବି

ଫୁଲବାଣୀ: ଫୁଲବାଣୀରେ ମାତିଲେ ମାଓବାଦୀ। ଗୋଟିଏ ଦିନରେ ଦୁଇ ଦୁଇଟି କାଣ୍ଡ ଘଟାଇଛନ୍ତି ମାଓବାଦୀ। ଜଣକୁ ହତ୍ୟା କରିବା ପରେ ଠିକା ସଂସ୍ଥାର କ୍ୟାମ୍ପରେ ପଶି ପୋଡାଜଳା କରିଛନ୍ତି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ କ୍ଲମ୍ବାଜକି ଗାଁର ନୀଳକଣ୍ଠ ମଲ୍ଲିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ସେହିପରି ରାସ୍ତାକାମକୁ ବିରୋଧ କରି ଗାଡି ପୋଡାଜଳା କରିଛନ୍ତି ମାଓବାଦୀ । ୧୫ରୁ ଅଧିକ ସଶସ୍ତ୍ର ମାଓବାଦୀ ଠିକା ସଂସ୍ଥାର କ୍ୟାମ୍ପରେ ପଶି ଦୁଇଟି ଜେସିବି, ଦୁଇଟି ଟ୍ରାକଟର, ମିକ୍ସଚର ମେସିନ ଜାଳି ଦେଇଛନ୍ତି । କେକେବିନ୍ ମାଓ ସଂଗଠନ ଏହି କାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ ।