spot_img

Latest Posts

ନିଶାମୁକ୍ତି କେନ୍ଦ୍ରରେ ଅମାନବୀୟ କାଣ୍ଡ, ମାଲିକଙ୍କ ମାଡରେ ଅନ୍ତେବାସୀ ମୃତ

ଜଗତସିଂହପୁର: ନିଶାମୁକ୍ତି କେନ୍ଦ୍ରରେ ଅଭାବନୀୟ ଘଟଣା । ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କ ମାଡ଼ରେ ଜଣେ ଅନ୍ତେବାସୀ ମୃତ, ୪ ଗୁରୁତର । ଘଟଣା ଘଟିଛି ଜଗତସିଂହପୁର ଥାନା ଅଁଳା ପଞ୍ଚାୟତ ଚାନ୍ଦଗାଁ ମଜୁରାଉ ଗାଁରେ । ଚେଷ୍ଟା ନିଶା ମୁକ୍ତି କେନ୍ଦ୍ରରେ ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କେନ୍ଦ୍ରର ମାଲିକ ବଗଲପୁର ଅଞ୍ଚଳର ରାଜା ଓରଫ ରାଜେଶ ମହାନ୍ତି ଓ ତାଙ୍କ ସହଯୋଗୀ ବାଲିକୁଦା ଅଞ୍ଚଳର ଚିକୁ ଓରଫ ରୁଦ୍ରପ୍ରସାଦ ରାଉତ ନିଶା ମୁକ୍ତି କେନ୍ଦ୍ରରେ ରହି ଥିବା ୨୨ ଜଣ ଅନ୍ତେବାସୀଙ୍କୁ ବାନ୍ଧି ଏକ ଜିଆଇ ପାଇପରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏଥିରେ ଜଗତସିଂହପୁର ଚାଟରା ଗାଁର ଏସ୍‌. କେ. ଜବାରଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଜଗତସିଂହପୁର ପୋଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଛି । ମୃତ ଯୁବକଙ୍କ ଶବକୁ ଉଦ୍ଧାର କରି ସାଇଣ୍ଟିଫକ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ । ତେବେ ନିଶା ମୁକ୍ତି କେନ୍ଦ୍ରର ମାଲିକ ଓ ତାଙ୍କ ସହଯୋଗୀ ଫେରାର ହୋଇଯାଇଛନ୍ତି । ସେପଟେ ଶବକୁ ଅଟୋରେ ନିଆଯାଉଥିବାବେଳେ ରାସ୍ତା ଅବରୋଧ କରିବା ସହ ପୋଡ଼ାଜଳା କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

Latest Posts

Don't Miss