spot_img

Latest Posts

ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡରେ ପୋଲିସର ଧରପଗଡ଼ ; ଗୋଟିଏ ରାତିରେ ବନ୍ଧା ହେଲେ ୩୪ ଜଣ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡରେ ପୋଲିସର ଧରପଗଡ଼। ଗୋଟିଏ ରାତିରେ ବନ୍ଧା ହେଲେ ୩୪ ଜଣ। ଏହି ରେଡ୍ ସମୟରେ ଏକ ମାଉଜର୍ ବି ଜବତ କରାଯାଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ ୫ ଜଣ ଓ ଜୁଆ ଆଡ୍ଡାରୁ ୨୭ ଜଣଙ୍କୁ ଗିରଫ କରାଯାଇଛି। ଆସିକା ଏସଡିପିଓ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଏହି ରେଡ୍ କରିଛି। କାଳଷଣ୍ଢପୁର ନିକଟ ଋଷିକୁଲ୍ୟା ନଦୀ ବ୍ରିଜ୍ ଉପରେ କଡା ଚେକିଂ ବେଳେ ମାଉଜର ଜବତ କରାଯାଇଥିଲା। ଦୁଇ ଗିରଫ ଅଭିଯୁକ୍ତଙ୍କ ନାଁରେ ବହୁ ମାମଲା ଅଛି। ଏହି ମାଉଜର୍ ମିଳିବା ପରେ ପୋଲିସ ଏହାକୁ ନେଇ ତଦନ୍ତ ଜୋରଦାର କରିଛି। ସେହିପରି ବାଲିସିରା ଓ ବଡ଼ଗଡ଼ ଥାନା ଅଧୀନ ରୁଗୁମୁ ଗ୍ରାମରେ ଚଢ଼lଉ କରି ତିନି ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ଧରାକୋଟ, ପାଟପୁର, ହିଞ୍ଜିଳି, ବଡ଼ଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଆଡଡାରେ ରେଡ୍ କରାଯାଇ ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ।

Latest Posts

Don't Miss