ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ସରକାରଙ୍କୁ ହରଡଘଣାରେ ପକାଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ନିଜ ଅଭିଭାଷଣରେ କେନ୍ଦ୍ର ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ମଲ୍ଲିକ । କହିଛନ୍ତି, ତିନି କୃଷି ଆଇନ୍ ବିରୋଧରେ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି । ଚାଷୀମାନେ କେବେ ବି ଏତେ ବଡ ଆନ୍ଦୋଳନ କରିନଥିଲେ । ଦେଶବ୍ୟାପୀ ଆନ୍ଦୋଳନ ହେଉଥିଲେ ମଧ୍ୟ ସମସ୍ତେ ଚୁପ ରହିଛନ୍ତି। ଆନ୍ଦୋଳନ ସମୟରେ ୬ ଶହ ଚାଷୀଙ୍କ ମୃତ୍ୟୁ ହୋଇଛି ।
ହେଲେ କେହି ବି ଜଣେ ଦିଲ୍ଲୀ ନେତା ଆହା ଟିକେ କହିନାହାଁନ୍ତି । ଗୋଟେ କୁକୁର ମରିବା ପରେ ସମବେଦନାର ସୁଅ ଛୁଟୁଛି । ହେଲେ ୬ ଶହ ଚାଷୀଙ୍କ ମୃତ୍ୟୁ କୁ ନେଇ ସଂସଦରେ କୌଣସି ପ୍ରସ୍ତାବ ପାରିତ ହେଲା ନାହିଁ । କୃଷି ଆଇନ୍ ପ୍ରସଙ୍ଗରେ ଯିଏ ବି ମୁହଁ ଖୋଲୁଛି ସେ ବିବାଦୀୟ ହୋଇପଡୁଛି । ହେଲେ ଏଥି ପ୍ରତି ମୋର ଭୟ ନାହିଁ । ଦିଲ୍ଲୀରୁ ଯେବେ ବି ଫୋନ୍ ଆସିବ ମୁଁ ସେବେ ମୋ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

