spot_img

Latest Posts

କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ

ମୁମ୍ବାଇ: ମୁମ୍ବାଇରେ କରୋନା ଭାଇରସ ଆକ୍ରାନ୍ତଙ୍କ ମାମଲା ବଢୁଥିବାରୁ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ । ମୁମ୍ବାଇ ମ୍ୟୁନିସପାଲଟି କର୍ପୋରେସନ ଅଞ୍ଚଳରେ ଏପର୍ଯ୍ୟନ୍ତ ୫୩ଜଣ ରୋଗୀ ଆକ୍ରାନ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହାରି ମଧ୍ୟରେ, ଦୁଇ ଜଣ କୋଭିଡ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ବି ହୋଇଛି । ପୂର୍ବରୁ ଉଭୟ ରୋଗୀଙ୍କ ଅବସ୍ଥା ଗମ୍ଭୀର ଥିଲା । ଜଣେ ରୋଗୀ ମୁଖ କର୍କଟରେ ଆକ୍ରାନ୍ତ ହୋଇଥିବାବେଳେ , ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ରୋଗରେ ପୀଡିତ ଥିଲେ। ଆକ୍ରାନ୍ତଙ୍କୁ ମୁମ୍ବାଇର କେଇମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁମ୍ବାଇ ମ୍ୟୁନିସପାଲଟି କର୍ପୋରେସନ୍ ଅଞ୍ଚଳରେ ଥିବା ହସ୍ପିଟାଲ ମାନଙ୍କରେ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଶର୍ଯ୍ୟା ଏବଂ କୋଠରୀର ବ୍ୟବସ୍ଥା କରାଯାଇଛି  । ମୁମ୍ବାଇ ନଗର ନିଗମର ସ୍ବାସ୍ଥ୍ୟବିଭାଗ କୋଭିଡ୍ ୧୯ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ ଟିକନିଖ୍ ନଜର ବି ରଖିଛି  । ଜାନୁଆରୀ ୨୦୨୫ ରୁ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ କୋଭିଡ୍ ରୋଗୀଙ୍କ ସଂଖ୍ୟା ବହୁତ କମ୍ ରହିଥିଲା । କିନ୍ତୁ , ମେ ମାସରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ନଗର ନିଗମ ପ୍ରଶାସନ ନାଗରିକମାନଙ୍କୁ ଭୟଭୀତ ନ ହେବାକୁ ନିବେଦନ କରୁଛି।

 

 

 

Latest Posts

Don't Miss