ଏକ ପାଖିଆ ପ୍ରେମ କରି ଫସିଲେ ଯୁବକ, ଛେଚିଲେ ଗାଁ ଲୋକ

ଖୋର୍ଦ୍ଧା: ରଙ୍ଗ ନମ୍ବରରୁ ଏକ ପାଖିଆ ପ୍ରେମ । ଶେଷରେ ଅଶ୍ଳୀଳ ଇଙ୍ଗୀତ କରି ଫସିଲେ ଯୁବକ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବରୁଣପଡା ଗାଁର ଘଟଣା । ସାରଥ ଘଡେଇ ନାମକ ଜଣେ ଯୁବକ ରଙ୍ଗ୍ ନମ୍ବରରେ କଲ କରି ବରୁଣ ପଡାଗ୍ରାମର ଜଣେ ମହିଳାଙ୍କ ସହ କଥାବାର୍ତ୍ତା କରୁଥିଲେ । ପରେ ବାରମ୍ବାର ଫୋନ କରି ହଇରାଣ କରିଥିଲେ ।
ମହିଳା ଏଥିରେ ଅତିଷ୍ଟ ହୋଇ ଯୋଜନାବଦ୍ଧ ଭାବେ ଯୁବକଙ୍କୁ ଗାଁକୁ ଡାକି ଗାଁ ଲୋକଙ୍କ ସାହାଯ୍ୟରେ ନିର୍ଧୁମ ଛେଚିଥିଲେ । ପୋଲିସ୍ ପହଂଚି ଯୁବକ ଜଣକୁ ଉଦ୍ଧାର କରି ଅଟକ ରଖି ଚଳାଇଛି ତଦନ୍ତ । ଏହା ସହ ଏକ ସ୍କୁଟି ମଧ୍ୟ୍ୟ ଜବତ କରିଛି ପୋଲିସ୍ ।