spot_img

Latest Posts

ଇଣ୍ଡିଗୋ ଅଚଳାବସ୍ଥା ଜାରି ; ସକାଳୁ ସକାଳୁ ଅନେକ ବିମାନ ବାତିଲ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ : ଇଣ୍ଡିଗୋ ଅଚଳାବସ୍ଥା ଜାରି। ସକାଳୁ ସକାଳୁ ଅନେକ ବିମାନ ବାତିଲ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ସେପଟେ ବିମାନ ଚଳାଚଳ  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏବଂ  ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସାକ୍ଷାତ କରି ଇଣ୍ଡିଗୋର ବିମାନ ଉଡ଼ାଣ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିମାନବନ୍ଦରରେ ଫେରସ୍ତ, ହଜିଯାଇଥିବା ବ୍ୟାଗେଜ ଏବଂ ଭିଡ଼ ପରିଚାଳନା ସମ୍ବନ୍ଧୀୟ ଯାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ।

ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ ଭେଟିବା ପରେ ଆଲୋଚନା ହୋଇଥିଲା। ଇଣ୍ଡିଗୋ ବିମାନ କମ୍ପାନୀ ବିରୋଧରେ କେନ୍ଦ୍ର ସରକାରଙ୍କ ଗୋଟିଏ ପରେ ଗୋଟିଏ କାର୍ଯ୍ଯାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଭାରତରେ ଇଣ୍ଡିଗୋ କମ୍ପାନୀର ବିମାନ ଉଡ଼ାଣକୁ ୧୦ ପ୍ରତିଶତ ହ୍ରାସ କରିଛନ୍ତି। ଇଣ୍ଡିଗୋ ଏୟାରଲାଇନସର ବେପରୁଆ ବିମାନସେବା ନେଇ ପୂର୍ବରୁ କେନ୍ଦ୍ର ସରକାର ୫ ପ୍ରତିଶତ ଫ୍ଲାଇଟ ବାତିଲ କରିଥିଲେ। ଏବେ ଶୀତଋତୁ ଚାଲୁଥିବାରୁ ବହୁ ଲୋକ ବିଭିନ୍ନ ପର୍ଯ୍ଯଟନ ସ୍ଥଳୀ ଯିବାକୁ ପସନ୍ଦ କରନ୍ତି। ଏଥିପାଇଁ ଧୀରେ ଧୀରେ ବିମାନଯାତ୍ରୀଙ୍କୁ ଇଣ୍ଡିଗୋ ବିମାନସେବାରୁ ନିବୃତ୍ତ କରି ଅନ୍ଯ ଏୟାରଲାଇନର ବିମାନରେ ଯାତ୍ରା କରିବାକୁ ପଦକ୍ଷେପ ନେଇଛନ୍ତି। ଇଣ୍ଡିଗୋ କମ୍ପାନୀ ପକ୍ଷରୁ ଦୈନିକ ୨୨୦୦ ଉଡ଼ାଣ ନେଇ ରୋଷ୍ଟର କରିଥିଲା। କିନ୍ତୁ ବିମାନଯାତ୍ରୀଙ୍କ ସମସ୍ଯାକୁ ଦେଖି ଇଣ୍ଡିଗୋ କମ୍ପାନୀର ୨୧୬ ଉଡାଣକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର। ଏବେ ୧୮୦୦ ଉଡ଼ାଣ ଭରିବାକୁ ଇଣ୍ଡିଗୋକୁ ଅନୁମତି ମିଳିଛି। କ୍ରୁଉ ମେମ୍ବରଙ୍କ ରୋଷ୍ଟରକୁ ନେଇ କମ୍ପାନୀ ପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛି ତାକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ଯ ଗ୍ରହଣ କରିଛନ୍ତି। ଖୁବଶୀଘ୍ର କମ୍ପାନୀ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Latest Posts

Don't Miss