ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଅସହ୍ଯ ହୋଇ ମହିଳାଙ୍କୁ ଆକ୍ରମଣ କଲେ ବିଜେପି କର୍ମୀ

ବାଣପୁର: ସୀମା ଟପୁଛନ୍ତି ରାଜ୍ୟ ବିଜେପି କର୍ମୀ । ସବୁଠି ଗୁଣ୍ଡାଗର୍ଦ୍ଦି। ଏବେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଅସହ୍ଯ ହୋଇ ମହିଳାଙ୍କୁ କରିଛନ୍ତି ଆକ୍ରମଣ  । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପଞ୍ଚାୟତ ଠାରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସୃଷ୍ଟି କରିଛନ୍ତି ବିଶୃଙ୍ଖଳା ।  ନାଚୁଣୀ ପଞ୍ଚାୟତର ସରପଞ୍ଚ ସ୍ୱପ୍ନାଞ୍ଜଳି ପଲେଇଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପଲେଇ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏମମ୍ବିକେ ଯସ୍ମିନ ମହାରଣା  ଓ ତାଙ୍କ ସ୍ୱାମୀ ତପନ ମହାରଣାକୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ନାଚୁଣୀ ଥାନାରେ ଏନେଇ ଏତଲା ଦେଇଛନ୍ତି ଯସ୍ମିନ ଓ ତପନ ମହାରଣା । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମହିଳା ସିଆରପିମାନଙ୍କୁ ଉତ୍ତରୀୟ ଦେବା ନିମନ୍ତେ ଏମ୍ବିକେଙ୍କ ସ୍ୱାମୀ ଉପଢୌକନ ନେଉଥିବା ବେଳେ ହଠାତ ଏହାକୁ ବିରୋଧ କରିଥିଲେ ସରପଞ୍ଚଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର । ଏମ୍ବିକେ ଓ ତାଙ୍କ ସ୍ୱାମୀକୁ  ଘଟଣାସ୍ଥଳରେ ମାଡ଼ ମାରିଥିଲେ । ଏନେଇ ମହିଳାମାନେ ସରପଞ୍ଚଙ୍କ ସ୍ୱାମୀଙ୍କ ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ନାରାବାଜି କରିଥିଲେ । କାର୍ଯ୍ୟାନୁଷ୍ଠାନ ନିମନ୍ତେ ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି ।