spot_img

Latest Posts

ଆଜି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-ଟ୍ବେଣ୍ଟି ମୁକାବିଲା, ସିରିଜ ହାତେଇବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ନ୍ଯୁଜିଲାଣ୍ଡ ଚତୁର୍ଥ ଟି-ଟ୍ବେଣ୍ଟି ମୁକାବିଲା । ବିଶାଖପାଟଣାରେ ସନ୍ଧ୍ଯା ୭ଟାରେ ଖେଳିଯିବ ମ୍ଯାଚ । ୫ ଟିକିଆ ସିରିଜର ପ୍ରଥମ ୩ଟି ମ୍ଯାଚ ଜିତି ଆଗୁଆ ସିରିଜ କବଜା କରି ନେଇଛି ଭାରତ । ତେବେ ଶେଷ ଦୁଇଟି ମ୍ଯାଚ ଜିତି କ୍ଲିନ ସ୍ବିପ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ବିଶାଖପାଟଣାରେ ପୂର୍ବରୁ ଅଷ୍ଟ୍ରେଲିଆ ବିରୋଧରେ ଏକ ବିଶାଳ ସ୍କୋର ଚେଜ କରିବାର ସକ୍ଷମ ହୋଇଥିଲା ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ଯାଚ ଭାରତ ସପକ୍ଷରେ ଯିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ସେପଟେ ଦଳରେ ସୂର୍ଯ୍ଯକୁମାରଙ୍କ ଦୁଇଟି ମ୍ଯାଚରେ ଭଲ ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛି । ଓପନର ଅଭିଷେକ ଶର୍ମା ମଧ୍ଯ ଫୁଲ ଫର୍ମରେ ଅଛନ୍ତି । ତେବେ ସଞ୍ଜୁ ସାମସନ ଓ ଇଶାନ କିଷନଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ଆହତ କାରଣରୁ ତିଳକ ବର୍ମା ମ୍ଯାଚରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ଇଶାନ କିଷନଙ୍କୁ ଦଳରେ ଖେଳିବାକୁ ସୁଯୋଗ ମିଳିଥିଲା । ଦ୍ବିତୀୟ ଟି-ଟ୍ବେଣ୍ଟିରେ ଇଶାନ ୩୨ ବଲରେ ୭୬ ରନ ଧୂଆଁଧାର ପାଳି ଖେଳିଥିଲେ । ତେବେ ତୃତୀୟ ମ୍ଯାଚରେ ୧୩ ବଲରେ ୨୮ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ସଞ୍ଜୁ ସାମସନ ୩ଟି ମ୍ଯାଚରେ ଯଥାକ୍ରମେ ୧୦, ୬ ଓ ୦ ରନ କରିପାରିଛନ୍ତି । ତେଣୁ ଆଜିର ମ୍ଯାଚରେ କିଏ ଖେଳିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Latest Posts

Don't Miss