ଜୁମ୍ୱା ଡ୍ୟାନ୍ସକୁ କାହିଁକି ବିରୋଧ କରୁଛି ମୁସଲିମ ସଂଗଠନ ?

ନନ୍ଦିଘୋଷ ବ୍ୟୁରୋ : କେରଳର ଏକ ସ୍କୁଲରେ ନିକଟରେ ଶିକ୍ଷା ବିଭାଗ ପକ୍ଷରୁ ଜୁମ୍ୱା କ୍ଲାସ୍ ଆରମ୍ଭ କରାଯାଇଛି । କିନ୍ତୁ ଏବେ ମୁସଲିମ ସମୁଦାୟ ଏହାକୁ ବିରୋଧ କରିଛନ୍ତି । ସେମାନେ କହୁଛନ୍ତି ଯେ ଯଦି ପୁଅ ଏବଂ ଝିଅ ଏକାଠି ନାଚନ୍ତି, ତାହା ମଧ୍ୟ କମ୍ ପୋଷାକ ପିନ୍ଧି ଏପରି ନାଚିବା ଗ୍ରହଣୀୟ ନୁହେଁ ।

ଜୁମ୍ୱା କ୍ଲାସ୍ କ’ଣ ?

ଆଜିକାଲି ଫିଟ୍ ରହିବା ପାଇଁ ଲୋକମାନେ ଜିମ୍ ବ୍ୟତୀତ ଜୁମ୍ୱା କ୍ଲାସ୍ ନେଉଛନ୍ତି । ଏଥିରେ ନୃତ୍ୟ ମାଧ୍ୟମରେ ବ୍ୟାୟାମ କରାଯାଏ । ଅଧିକରୁ ଅଧିକ ଲୋକ ଜୁମ୍ୱା କ୍ଲାସରେ ଯୋଗ ଦିଅନ୍ତି କାରଣ ଏହା କରିବା ମଜାଦାର ଥାଏ । ଏଥିରେ ନୃତ୍ୟ ଏବଂ ଏରୋବିକ୍ସ ଏକାଠି କରାଯାଏ । ଜୁମ୍ୱାର ବିଶେଷ କଥା ହେଉଛି ଯେ, ଏଥିରେ ଜିମ୍ ପରି କୌଣସି ପ୍ରକାରର ଉପକରଣ ଆବଶ୍ୟକ ହୁଏ ନାହିଁ । ଏଥିପାଇଁ କେବଳ ଆରମଦାୟକ ଜୋତା ଏବଂ ପୋଷାକ ଆବଶ୍ୟକ ହୁଏ । ପ୍ରତ୍ୟେକ କ୍ଲାସରେ ଭିନ୍ନ ଭିନ୍ନ ଗୀତରେ ବ୍ୟାୟାମକୁ ମଜାଦାର ଆକାରରେ ଅଭ୍ୟାସ କରାଯାଏ ।

କେରଳରେ ଜୁମ୍ୱାକୁ କାହିଁକି ହେଉଛି ବିରୋଧ ?

କେରଳ ସ୍କୁଲ ଗୁଡିକରେ ଜୁମ୍ୱାକ୍ଲାସ  ଆରମ୍ ହେବାର କିଛି ଦିନ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇ ହୋଇଛି । ଏହି କାର୍ଯ୍ୟକ୍ରମ ସରକାରଙ୍କ ନିଶା ବିରୋଧୀ ଅଭିଯାନର ଏକ ଅଂଶ । ହେଲେ ଏହାକୁ ଏକ ପ୍ରମୁଖ ମୁସଲିମ୍ ସଂଗଠନର ନେତା  ଏହାକୁ ବିରୋଧ କରିଛନ୍ତି । ସେ ଫେସବୁକରେ ଜୁମ୍ୱା କ୍ଲାସ ବିରୋଧରେ ପୋଷ୍ଟ କରି ଲେଖିଛନ୍ତିଯେ, କେରଳ ସରକାର ସ୍କୁଲରେ ଜୁମ୍ୱା ନୃତ୍ୟ ଲାଗୁ କରିଛନ୍ତି । ଜୁମ୍ୱା ହେଉଛି ଏକ ନୃତ୍ୟ ଯେଉଁଥିରେ  ଲୋକମାନେ କମ୍ ପୋଷାକ ପିନ୍ଧି ଏକାଠି ନାଚନ୍ତି । ଯଦି ସରକାର ଏହାକୁ ବଡ଼ ପିଲାମାନଙ୍କ ପାଇଁ ବାଧ୍ୟ ବାଧ୍ୟତାମୂଳକ କରିଛନ୍ତି, ତେବେ ଏହା ଆପତ୍ତିଜନକ ହେବ । ବିଦ୍ୟାଳୟରେ ଶାରୀରିକ ଶିକ୍ଷାକୁ ଉନ୍ନତ କରିବା ପରିବର୍ତ୍ତେ ଅଶ୍ଳୀଳତା ଲାଗୁ କରିବା ଠିକ୍ ନୁହେଁ । ଅନ୍ୟପଟେ ସୂଚନା ଅନୁଯାୟୀ, ମୁସଲିମ ଗୋଷ୍ଠୀର ବିରୋଧ ସତ୍ତ୍ୱେ ସରକାର ଜୁମ୍ୱାକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ ସେମାନଙ୍କ ନିୟମିତ ସ୍କୁଲ ପୋଷାକରେ ଜୁମ୍ୱାରେ ଅଂଶ ଗ୍ରହଣ କରିପାରିବେ ।