୪ ଘଣ୍ଟା ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ପୋଲିସ

ଭୁବନେଶ୍ୱର: କାଲି ହୋଇଥିଲା ନୋଟିସ, ଆଜି ହେଲେ ହାଜର । ନିମାପଡ଼ାର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କମିଶନରେଟ ପୋଲିସର ପଚରା ଉଚରା  ।  ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ପୋଲିସର ତଦନ୍ତ । ଆତ୍ମହତ୍ୟାର ଠିକ ୨ ଘଣ୍ଟା ପୂର୍ବରୁ ମୃତକ ସ୍ଥାନୀୟ ସାମ୍ବାଦିକଙ୍କ ସହ କଥା ହୋଇଥିବା ନେଇ ଅଡ଼ିଓ କଲ୍ ଭାଇରାଲ ହେଉଛି  । ଯେଉଁଥିରେ ମୃତକ  ଧର୍ମେନ୍ଦ୍ର ସାହୁ ଅନେକ କଥା କହିଥିବା ସାମ୍ବାଦିକ ଅକ୍ଷୟ ନାୟକ ଯୁକ୍ତି ବାଢିଚନ୍ତି  ।

ଏହି ମାମଲାକୁ କମିଶନରେଟ ପୋଲିସ ତଦନ୍ତ କରୁଥିବାବେଳେ, ଆଜି ଡିସିପି ଅଫିସରେ ହାଜର ହେବାକୁ ଉକ୍ତ ସାମ୍ବାଦିକଙ୍କୁ ପୋଲିସ ନୋଟିସ କରିଥିଲା  । ସେପଟେ ନିର୍ଦ୍ଧିଷ୍ଠ ସମୟରେ ପହଁଚିଥିଲେ ସାମ୍ବାଦିକ ଅକ୍ଷୟ ନାୟକ  । କମିଶନରେଟ ପୋଲିସର ଏକ ଟିମ୍ ୪ଘଣ୍ଟା ଧରି ଜେରା କରିଥିଲେ  ।  ପରେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ  କମିଶନରେଟ ପୋଲିସ ଛାଡିଛି । କଲ ରେକର୍ଡ ସମ୍ପର୍କରେ ପଚରାଉଚରା କରାଯିବା ସହିତ ତାଙ୍କ ମୋବାଇଲକୁ ଜବତ କରାଯାଇଛି ।

କଲ ରେକର୍ଡ, ଧର୍ମେନ୍ଦ୍ରଙ୍କ ସହ ତାଙ୍କର ସମ୍ପର୍କ ନେଇ ପଚରାଉଚରା କରିଛି ପୋଲିସ । ଏହା ସହ ସୋସିଆଲ ମିଡିଆରେ କଣ ପାଇଁ ଅଡିଓକୁ ଭାଇରାଲ କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ହୋଇଛି । ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ଅକ୍ଷୟ । ଆବଶ୍ୟକ ପଡ଼ିଲେ ପୁଣି ଅକ୍ଷୟଙ୍କୁ ଜେରା କରାଯିବ ବୋଲି ପୋଲିସ କହିଛି । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଅକ୍ଷୟ ନାୟକଙ୍କ ସହ କଥା ହୋଇଥିବା ଅଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିରୋଧି ଦଳ ମଧ୍ୟ ଆନ୍ଦୋଳନ ଏବଂ ପ୍ରତିବାଦ କରି ଆସୁଛି  ।