ଅଧା ହୋଇଗଲା ଜମାଟୋର ପୁଞ୍ଜି ନିବେଶକାରୀଙ୍କ ଟଙ୍କା
1 min read
ମୁମ୍ବାଇ: ସେୟାର ବଜାରରେ ଅଲନାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜମାଟୋକୁ ଜୋରଦାର ଝଟକା ଲାଗିଛି । ୭ ଦିନ ହେଲା ଲଗାତାର ଖସି ଚାଲିଥିବା ଜମାଟୋର ସେୟାର ଗୁରୁବାର ସର୍ବୋଚ୍ଚ ସ୍ତରରୁ ପ୍ରାୟ ୫୦ ପ୍ରତିଶତ ଖସିଛି । ଗୁରୁବାର କାରବାର ବନ୍ଦ ହେବା ବେଳକୁ ଜମାଟୋର ସେୟାର ୧୦ ପ୍ରତିଶତ ଖସିଥିଲା ।

ଆଜି ବିଏସ୍ଇରେ ଜମାଟୋର ସେୟାର ୯.୫୯ ପ୍ରତିଶତ ହ୍ରାସ ପାଇ ୯୦.୫୦ ଟଙ୍କାରେ ବନ୍ଦ ହୋଇଥିଲା । ଏହା ଷ୍ଟକର ସର୍ବାଧିକ ମୂଲ୍ୟର ପ୍ରାୟ ୫୦ ପ୍ରତିଶତକୁ ଖସି ଆସିଛି । ଏହାର ଅର୍ଥ ଜମାଟୋରେ ପୁଞ୍ଜି ଲଗାଇଥିବା ନିବେଶକାରୀ ସେମାନଙ୍କର ଅଧା ଟଙ୍କା ବୁଡ଼ାଇ ଦେଇଛନ୍ତି । ପୂର୍ବରୁ କମ୍ପାନୀର ଏମକ୍ୟାପ୍ ୧ ଲକ୍ଷ କୋଟି ଟଙ୍କା ପାରି କରିଥିବା ବେଳେ ଏବେ ୭୧ ହଜାର ୧୯୬ କୋଟି ଟଙ୍କାକୁ ଖସି ଆସିଛି ।

ଗତ ସପ୍ତାହରେ ୭ଟି ଟ୍ରେଡିଂ ସିଜନରେ ୬ ଥର ଖସିଛି ଜମାଟୋର ଷ୍ଟକ । ଏହାକୁ ନେଇ କମ୍ପାନୀର ପ୍ରତିଷ୍ଠାତା କହିଛନ୍ତି ମୋତେ ଏହାର ଅପେକ୍ଷା ଥିଲା । ଏକ ଚିଠିରେ ଜମୋଟା ପ୍ରତିଷ୍ଠାତା କର୍ମଚାରୀଙ୍କୁ କହିଛନ୍ତି ଦୀର୍ଘ ଦିନରୁ ମୁଁ ଷ୍ଟକ୍ ଖସିବାକୁ ଅପେକ୍ଷା କରିଥିଲି । ବଜାରରେ ମୂଲ୍ୟ ହ୍ରାସ ପାଇ ସବୁଠି ଫଣ୍ଡ ସମାପ୍ତ ହୋଇଯିବ । ଏମିତି ସ୍ଥିତିରେ କେବଳ ଭଲ କର୍ମଚାରୀ ଥିବା କମ୍ପାନୀ ତିଷ୍ଠି ପାରିବ ।