ଗୋଟିଏ ଟ୍ରକ୍ ବିରିୟାନୀ ଓ ପିଜା ଖାଇ ନୂଆବର୍ଷ ପାଳନ

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୨ ରାତିରେ ୨୦୨୩କୁ ସ୍ୱାଗତ କରିବା ପାଇଁ ସଜବାଜ ହେଉଥିଲା ସାରା ଦେଶ। ପୁରା ଦେଶବାସୀ ଉତ୍ସହର ସହ ନୂଆବର୍ଷକୁ ଅପେକ୍ଷା କରିଥିଲେ। ଏହାସହ ସେଲିବ୍ରସନର ଆଡ୍ଡା ମଧ୍ୟ ଜମିଥିଲା। ଖାଦ୍ୟ ବିନା ସେଲିବ୍ରେସନର ମଜା ଭାରି ଫିକା ଫିକା ଲାଗେ । ସେଥିପାଇଁ ନାନା ବ୍ୟଞ୍ଜନର ପ୍ରସ୍ତୁତି କରନ୍ତି ଲୋକେ । ନୂଆବର୍ଷ ଥିବାରୁ ରୋଷେଇ କିଏ କରୁଛି? ଖାଦ୍ୟ ଅର୍ଡର କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ ଲୋକେ। ଏନେଇ ବଢିଯାଇ ଥିଲା ଫୁଡ୍ ଡେଲିଭରୀ ଆପର ଚାହିଦା। ଏଥିପାଇଁ ନୂଆବର୍ଷ ଉପଲକ୍ଷେ ଜୋମାଟୋ ଏବଂ ସ୍ୱିଗିରୁ ଲୋକେ ଅଧିକ ଖାଦ୍ୟ ଅର୍ଡର କରିଥିଲେ। ଯେଉଁଥିରେ ବିରିୟାନୀ ସର୍ବାଧିକ ଥିବା ଜଣାପଡିଛି । ଦେଶରେ ଚଳିତ ବର୍ଷ ନୂଆବର୍ଷରେ ଜୋମାଟରୁ ରେକର୍ଡ ସଂଖ୍ୟକ ବିରିୟାନୀ ଅର୍ଡର ହୋଇଛି।

୨୦୨୨ର ଶେଷ ଦିନରେ ଜୋମାଟୋରୁ କେବଳ ୧୬ ହଜାର ୫୧୪ଟି ବିରିୟାନୀର ଅର୍ଡର ହୋଇଛି । ଯାହାର ଓଜନ ପାଖାପାଖି ୧୫ ଟନ୍ ହେବ ଅର୍ଥାତ୍ ଏକ ଟ୍ରକ ଓଜନ ସହିତ ସମାନ ହେବ ବୋଲି ଜୋମାଟୋର ସିଇଓ ଦୀପେନ୍ଦ୍ରର ଗୋୟଲ କହିଛନ୍ତି । କେବଳ ସେତିକି ନୁହେଁ ଜୋମାଟୋ ୨୦ ଲକ୍ଷରୁ ଅଧିକ ଖାଦ୍ୟ ଡେଲିଭରୀ ମଧ୍ୟ କରିଛି । କରୋନା ମହାମାରୀରେ ୩ ବର୍ଷ କମ୍ପାନୀ ମାନ୍ଦାରେ ଚାଲିଥିବା ବେଳେ ଡିସେମ୍ବର ରାତିରେ କମ୍ପାନୀକୁ ସମ୍ପୂର୍ଣ୍ଣ ଲାଭ ମିଳିଛି।

ନୂଆ ବର୍ଷରେ ଲୋକେ ଅନଲାଇନରୁ ପ୍ରଚୁର ଖାଦ୍ୟ ଅର୍ଡର କରିଛନ୍ତି । ଜମାଟୋ ଏବଂ ସ୍ୱୀଗି ଭଳି ପ୍ଲାଟଫର୍ମ ପାର୍ଟି ପାଇଁ ୫ଲକ୍ଷରୁ ଅଧିକ ଅର୍ଡର ପୂରଣ କରିଥିଲେ । ସ୍ୱିଗିର ଅନୁଯାୟୀ, ଲୋକେ ସର୍ବାଧିକ  ୩.୫ ଲକ୍ଷ ବିରିୟାନୀ ଏବଂ ୨.୫ ଲକ୍ଷ ପିଜ୍ଜା ଅର୍ଡର କରିଥିଲେ । ତେବେ ସବୁଠୁ ଅଧିକ ମଗାଯାଇଥିବା ଖାଦ୍ୟରେ ବିରିୟାନୀ ଟପରେ ରହିଛ।

ସେହିପରି ଦେଶରେ ଡୋମିନସରୁ ୬୧ ହଜାର ୨୮୭ ପିଜ୍ଜା ଅର୍ଡର ହୋଇଥିଲା । ସ୍ବିଗି ଅନୁଯାୟୀ, ୧୪ ହଜାର ପ୍ୟାକେଟର ନାଚୋଜ୍, ୧୫ ହଜାରର ସୋଡା ଏବଂ ୧୫ ହଜାରର ଲେମ୍ବୁ ରସ ଡେଲିଭର କରାଯାଇଛି। ଏବା ବ୍ୟତୀତ ୩୧ ଡିସେମ୍ବର ସନ୍ଧ୍ୟାରେ ସ୍ବିଗି ଚିପ୍ସର ୧.୭୬ ଲକ୍ଷ ପ୍ୟାକେଟ୍ ଡେଲିଭର କରିଛି ।