କରୋନା ସଙ୍କଟ ମଧ୍ୟରେ ୧୩ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବାର ନିଷ୍ପତ୍ତି ନେଲା ଜୋମାଟୋ

1 min read
Zomato Share Fall Investors Lost Half Money Amid Heavy Selling In Stocks

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ଦେଶବ୍ୟାପୀ ଲକଡାଉନର ତୃତୀୟ ଚରଣ ଜାରି କରାଯାଇଛି । ଅନଲାଇନ ଫୁଡ୍ ଏଗ୍ରିଗେଟ କମ୍ପାନୀ ଜୋମାଟୋ (Zomato) ଏହି ଧଡ଼ିସନ୍ଧି ମୂହୁର୍ତ୍ତରେ ୧୩ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବାର ନିଷ୍ପତ୍ତି ନିଆଯାଇଛି । ଜୋମାଟୋ ଶୁକ୍ରବାର କହିଛି ଯେ, ସେ ତାଙ୍କ ୧୩ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିବ ଏବଂ ଜୁନ ମାସରୁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମାରୁ ୫୦ ପ୍ରତିଶତ ରିହାତି କରାଯାଇଛି ।

ଜୋମାଟୋରେ କର୍ମଚାରୀଙ୍କୁ ବାହାର କରିବା ଏବଂ ଦରମାରେ ରିହାତି ଏମିତି ସମୟରେ ହୋଇଛି ଯେତେବେଳେ ସାରା ଦେଶ କରୋନା ଭାଇରସ ପାଇଁ ଦେଶବ୍ୟାପୀ ଲକଡାଉନ ପାଳନ କରାଯାଉଛି । କରୋନା ଭାଇରସ ସଂକ୍ରମଣ କାରଣରୁ ଦେଶର ଅର୍ଥନୀତି ଉପରେ ରୋକ ଲାଗିଥିବା ହେତୁ ଅନେକ ବ୍ୟବସାୟ ବନ୍ଦ ହେବାରେ ଲାଗିଛି ।

ଶୁକ୍ରବାର ଦିନ ଜୋମାଟୋ କର୍ମଚାରୀଙ୍କୁ ପଠାଯାଇଥିବା ଏକ ନୋଟରେ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ଲେଖିଛନ୍ତି ଯେ, ଜୋମାଟୋ ତାର କାମ ଉପରେ ବିଶେଷ ରୂପରେ ଧ୍ୟାନ ଦେବାକୁ ଚିନ୍ତା କଲାବେଳେ , ଭବିଷ୍ୟତରେ ଆମର ସମସ୍ତ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ କାମ ରହିବ ନାହିଁ ବୋଲି ସେ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ଜୋମାଟୋର କାର୍ଯ୍ୟବଳକୁ ପ୍ରାୟ ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଉଛି ।

ଜୋମାଟୋର କୋ-ଫାଉଣ୍ଡର, ସିଓଓ ଗୌରବ ଗୁପ୍ତା ଏବଂ ସିଆଇଓ ଫୁଡ ଡିଲିଭରୀ ବିଜନେସ ମୋହିତ ଗୁପ୍ତା ପ୍ରଭାବିତ ହୋଇଥିବା କର୍ମଚାରୀଙ୍କ ସହିତ ଯାଗୋଯୋଗରେ ରହିବେ, ଯାହାଫଳରେ ତାଙ୍କୁ ଶୀଘ୍ର ଅନ୍ୟ ଚାକିରି ମିଳିପାରୁ ।

 

Leave a Reply