ଜିନ୍ନତକୁ ଟ୍ରାଙ୍ଗୁଲାଇଜ୍ କରିବାରେ ସଫଳ ବନ ବିଭାଗ
ନନ୍ଦିଘୋଷ ବ୍ୟୁରୋ: କାବୁ ହେଲା ବାଘୁଣୀ ଜିନ୍ନତ । ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ସଫଳ ହୋଇଛି। ଏବେ ପଶ୍ଚିମବଂଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ରହିଛି ଜିନ୍ନତ । ଦୀର୍ଘ ଦିନର ଉଦ୍ୟମ ପରେ ବାଘୁଣୀ ଜିନ୍ନତକୁ ଟାଙ୍କୁଲାଇଜ କରିବାରେ ବନବିଭାଗ ସଫଳ ହୋଇଛି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଡିସେମ୍ବର ୮ ତାରିଖରୁ ଶିମିଳିପାଳରୁ ବାହାରି ଝାଡଖଣ୍ଡମୁହାଁ ହୋଇଥିଲା ଜିନ୍ନତ। ମହାରାଷ୍ଟ୍ରରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ଜିନ୍ନତକୁ କାବୁ କରିବାକୁ ଲାଗିଥିଲେ ୩ ରାଜ୍ୟର ୧୨୦ ଜଣିଆ ଟିମ୍ । ଜିନତକୁ କାବୁ କରି ପିଞ୍ଜରାରେ ରଖାଯାଇଥିବା ବେଳେ ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ।