ସାରସକଣା ବ୍ଲକ ୫୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ

1 min read
Zilla Parishad Bypoll BJD Defeat BJP In Mayurbhanj Saraskana  

ବାରିପଦା: ଉପନିର୍ବାଚନରେ ବିଜେଡି ବିଜୟୀ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ  ୫୬ ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଶେଖର ମହାନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବଂଶୀଧର ବେରାଙ୍କୁ ୧୦ ହଜାର ୪୨୮ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ୧୫ ହଜାର ୩୫୧ ଭୋଟ୍ ପାଇଥିବା ବେଳେ ବିଜେପିକୁ ୪, ୯୨୩ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ଚିତ୍ତବିକାଶ ମହାପାତ୍ର ପାଇଛନ୍ତି ସର୍ବମୋଟ ୬୧୮ ଭୋଟ୍ ।

Zilla Parishad Bypoll BJD Defeat BJP In Mayurbhanj Saraskana  

ସେହିଭଳି ଜେଏମ୍ଏମ୍ ପ୍ରାର୍ଥୀ ପ୍ରଦୀପ୍ତ କୁମାର ମହାନ୍ତ ୧,୧୬୩ ଭୋଟ୍ ପାଇଛି । କଂଗ୍ରେସ ଠାରୁ ଅଧିକ ଭୋଟ୍ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ମହାନ୍ତଙ୍କୁ ମିଳିଛି । ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ୨,୪୩୦ ଭୋଟ ପାଇଥିବା ବେଳେ ୯୨୯ଟି ଭୋଟ୍ ନାକଚ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଉପନିର୍ବାଚନ ଭୋଟ୍ ଗଣତି ଆଠଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମରୁ ଅଷ୍ଟମ ପର୍ଯ୍ୟାୟ ସମସ୍ତ ରାଉଣ୍ଡରେ ଶାସକ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ ।

Zilla Parishad Bypoll BJD Defeat BJP In Mayurbhanj Saraskana  

ଏହି ବିଜୟ ପାଇଁ ତୁଷାରେନ୍ଦୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ-୨ର ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସଦାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply