କେରଳରେ ବ୍ୟାପିଲା ଜିକା ଭାଇରସ

Zika Virus Cases In Kerala

ଥିରୁଅନନ୍ତପୁରମ: କରୋନା ଭାଇରସର ବିପଦ ନ ଟଳୁଣୁ କେରଳରେ ବ୍ୟାପିଲା ଜିକା ଭାଇରସ । ଦକ୍ଷିଣାଞ୍ଚଳ କେରଳରେ ଚିହ୍ନଟ ହୋଇଛନ୍ତି ୧୩ରୁ ଅଧିକ ସଂକ୍ରମିତ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରେ ଏବେ ଜିକା ଭାଇରସ ପ୍ରକୋପ ବଢିବାରେ ଲାଗିଛି । ଏଥିପ୍ରତି ସରକାର ସଜାଗ ଦୃଷ୍ଟି ଦେଇଛନ୍ତି । ଏପରିକି ଜଣେ ଗର୍ଭବତୀ ବି ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଜ୍ୱରରେ ପୀଡ଼ିତ ଲୋକମାନଙ୍କ ରକ୍ତ ନମୁନା ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିକୁ ପଠାଯିବା ପରେ ସେମାନେ ଏହି ଭାଇରସରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ।

Zika Virus Cases In Kerala

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, ଏଡେସ ପ୍ରଜାତିର ମଶାଙ୍କ ଜରିଆରେ ଏହି ରୋଗ ବ୍ୟାପୁଛି । ମଶା କାମୁଡ଼ିବା ଯୋଗୁଁ ଏହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କ ନିକଟକୁ ଯାଉଛି । ଜିକା ଭାଇରସ ସଂକ୍ରମଣକୁ ନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି । ଗତ ୨୦୧୭ରେ ପ୍ରଥମ ଥର ଲାଗି ଅହମ୍ମଦବାଦରେ ଏହି ସଂକ୍ରମଣ ପରିଲକ୍ଷିତ ହୋଇଥିଲା । ପରେ ତାମିଲନାଡୁର କ୍ରିଷ୍ଣାଗିରି ଜିଲ୍ଲାରେ ଏହା ଠାବ ହୋଇଥିଲା ।

Leave a Reply