ଆମେରିକାକୁ ଆର୍ଥିକ ଓ ସାମରିକ ସହାୟତା ମାଗିଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି

1 min read

କିଭ୍: ଆମେରିକା କଂଗ୍ରେସକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସମ୍ବୋଧନ । ମାଗିଲେ ଆର୍ଥିକ ଓ ସାମରିକ ସହାୟତା । ଯେତିକି ଆମେରିକା ଦେଇଛି ସେତିକି ଯଥେଷ୍ଟ ନୁହେଁ ବୋଲି ଜେଲେନସ୍କି କହିଛନ୍ତି  । ତେବେ ଆମେରିକାର ସହଯୋଗ ଲାଗି କୃତଜ୍ଞତା ଜଣାଇଛନ୍ତି  । ଏଥିସହ ନୋ ଫ୍ଲାଏ ଜୋନ ଘୋଷଣା ଦାବି ଦୋହରାଇଛନ୍ତି  । ୟୁକ୍ରେନର ଧ୍ୱଂସ ଅର୍ଥ ୟୁରୋପର ଧ୍ୱଂସ । ୟୁକ୍ରେନରେ ଅପରାଧ ଘଟାଇଚାଲିଛି ଋଷ  । ୟୁକ୍ରେନର ସ୍ପପ୍ନକୁ ଋଷ୍‌ ଧୂଳିସାତ୍ କରିଛି ବୋଲି ଜେଲେନସ୍କି କହିଛନ୍ତି  ।

ସେହିପରି ବ୍ୟକ୍ତିଗତ ସ୍ୱାଧିନତା ଉପରେ ମଧ୍ୟ ଆକ୍ରମଣ ହୋଇଛି  । ୮୦ ବର୍ଷରେ ୟୁରୋପ କେବେ ଏଭଳି ସ୍ଥିତି ଦେଖିନଥିଲା  । ୟୁକ୍ରେନ ଉପରେ ଆକ୍ରମଣ ଲାଗି ପୁଟିନଙ୍କୁ ଦଣ୍ଡ ମିଳିବା ଉଚିତ  । ତେବେ ୯-୧୧ ପ୍ରସଙ୍ଗ ଉଠାଇ ସ୍ଥିତିକୁ ଗମ୍ଭୀର କରିବାକୁ ଚେଷ୍ଟା କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି  ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଋଷର ୧୨ ହଜାର ସୈନ୍ୟ ପ୍ରାଣ ହରାଇଥିବାବେଳେ ୫୭ଟି ବିମାନ, ୩୫୩ ଟ୍ୟାଙ୍କ, ୮୩ଟି ହେଲିକପ୍ଟର, ୧୧ ଶହ ୬୫ ସାମରିକ ଯାନ ଧ୍ୱଂସ ହୋଇଛି । ସେପଟେ ବ୍ରିଟିଶ ଗୁଇନ୍ଦା ସଂସ୍ଥା ଦର୍ଶାଇଛି ଯେ ଋଷ ନିକଟରେ ଆଉ ମାତ୍ର ୧୪ ଦିନର ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି । ଯେସାକୁ ତେସା ନୀତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବୈଦେଶିକ ମନ୍ତ୍ରୀ ଆନ୍ଥୋନି ବ୍ଲିଙ୍କେନ, ପ୍ରତିରକ୍ଷା ମନ୍ତ୍ରୀ ଲିଡ ଅଷ୍ଟିନ ଓ ମିଳିତ ବାହିନୀ ମୁଖ୍ୟ ମାର୍କ ମିଲେଙ୍କ ବିରୋଧରେ କଟକଣା ଲଗାଇଛି ଋଷ । ଯୁଦ୍ଧକୁ ତିନି ସପ୍ତାହ ପୁରିଥିବାବେଳେ  ରାଜଧାନୀ କିଭ୍ ସମେତ ଅନେକ ସହରରେ ଜାରି ରହିଛି ଧ୍ୱଂସଲୀଳା ।