ଟ୍ରମ୍ପ ଓ ପୁଟିନଙ୍କ ଆଗାମୀ ସାକ୍ଷାତକୁ ନେଇ ରାଗିଗଲେ ଜେଲେନସ୍କି…

ନନ୍ଦିଘୋଷ ବ୍ୟୁରୋ  ; ଆମେରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଆଗାମୀ ସାକ୍ଷାତକୁ ନେଇ ରାଗିଗଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି ଯୁକ୍ରେନ ଇଞ୍ଚେ ଜମି ମଧ୍ୟ ଛାଡିବ ନାହିଁ । ଦୁଇ ଜଣ ନେତାଙ୍କ ମଧ୍ୟରେ ଯୁକ୍ରେନ ବିନା କିପରି ଚୁକ୍ତି ହୋଇପାରିବ ନାହିଁ । ଯଦି ହେବ ଏହା ଶାନ୍ତି ବିରୋଧରେ ଏକ ଭଲ ନିର୍ଣ୍ଣୟ ନୁହେଁ । ଶାନ୍ତି ଆଣିବା ବଦଳରେ ଏହା ଅଶାନ୍ତି ସୃଷ୍ଟି କରିବ । ଯେଉଁ ନିଷ୍ପତ୍ତି ଯୁକ୍ରେନ ବିରୁଦ୍ଧରେ ନିଆଯାଉଛି, ତାହା ଶାନ୍ତିର ବିରୁଦ୍ଧ ହୋଇଥିବାରୁ ଏଥିରୁ କିଛି ହାସଲ କରିହେବ ନାହିଁ । ଆମ ସମସ୍ତଙ୍କୁ ଶାନ୍ତି ଦରକାର, ଯାହାକୁ ସମସ୍ତେ ସମ୍ମାନ କରିବେ ।

ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଭିଡିଓ ପୋଷ୍ଟ କରି ଜେଲେନସ୍କି କହିଛନ୍ତି, ଉଲାସ୍କାରେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହେବାକୁ ଯାଉଛି । ଯାହା ଯୁଦ୍ଧ ହେଉଥିବା ସ୍ଥାନରୁ ବହୁତ ଦୂରରେ ରହିଛି । ଯେଉଁ ଯୁଦ୍ଧ ଆମ ଲୋକଙ୍କ ବିରୋଧରେ ହେଉଛି । ଯୁକ୍ରେନ ବିନା ଏହା ଶେଷ ହେବା ସମ୍ଭବ ନାହିଁ । ପୁଟିନଙ୍କୁ ଆମ ଲୋକଙ୍କ ଉପରେ ଭରସା ନାହିଁ । ତେଣୁ ସେ ଯୁକ୍ରେନକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଛି । ଏହା  ତାର ଭୁଲ ନିଷ୍ପତ୍ତି । ଯୁକ୍ରେନ ଲୋକ ବହୁତ ଶକ୍ତିଶଳୀ ସେମାନେ ନିଜର ରକ୍ଷା କରିବା ଜାଣିଛନ୍ତି ।

ଜେଲେନସ୍କି ଏହି କଥା ମଧ୍ୟ କହିଛନ୍ତି କି, ଯୁଦ୍ଧ ସମୟରେ ଆମକୁ ଏମିତି ଲୋକ ସାହାଯ୍ୟ କରିଥିଲେ । ଯେଉଁମାନେ ଋଷକୁ ମଧ୍ୟ ସାହାଯ୍ୟ କରିଥିଲେ । କାରଣ ସେମାନେ ଜାଣନ୍ତି କି ପୁଟିନ ଭୁଲ କରୁଛନ୍ତି । ସମସ୍ତେ ଶାନ୍ତି କଣ ଜାଣିବା ଦରକାର । ଋଷକୁ ଏହି ଯୁଦ୍ଧ ଶେଷ କରିବାକୁ ହେବ । କାରଣ ଏହି ଯୁଦ୍ଧ ଋଷ ଆରମ୍ଭ କରିଥିଲା ।

ସମ୍ବିଧାନ ପାଳନ କରିବାକୁ ନେଇ ଜେଲେନସ୍କି ପୁଟିନଙ୍କୁ କହିଛନ୍ତି, ଯୁକ୍ରେନରେ ସମ୍ବିଧାନ ଅଛି । ସମସ୍ତେ ଏହାକୁ ପାଳନ କରନ୍ତି । ଯୁକ୍ରେନବାସୀ ଜାଣିଛନ୍ତି ନିଜର ଜମିକୁ କାହାକୁ ବି ଉପହାରରେ ଦିଆଯାଇପାରିବ ନାହିଁ । ଜେଲେନସ୍କି ଟ୍ରମ୍ପକୁ ଶାନ୍ତି ଉପରେ ଆଲୋଚନା କରିବାକୁ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କ ସହ ଆଲୋଚନା କରିବା ପୂର୍ବରୁ କହିଛନ୍ତି, ଯୁଦ୍ଧ ସମାପ୍ତିର ଶେଷ ଭାଗରେ ରହିଛି । ଦୁଇ ଦେଶ ମଧ୍ୟରେ ଏହି ଆକ୍ରମଣ ରୋକିବାକୁ ପଡିବ । ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ପୁଟିନଙ୍କ ସହ ଆଲୋଚନା ପାଇଁ ଘୋଷଣା କରିଥିଲେ । ଅଗଷ୍ଟ ୧୫ ଦିନ ଅଲାସ୍କାରେ ହେବ ।