ZEEL ଅଧ୍ୟକ୍ଷ ପଦ ଛାଡ଼ିଲେ ସୁଭାସ ଚନ୍ଦ୍ରା

1 min read

ମୁମ୍ବାଇ: ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ୍ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମିଡିଆ ଟାଇକୁନ୍ ସୁଭାସ ଚନ୍ଦ୍ରା । ଆଜି ଜୀ ଏଣ୍ଟରଟେନମେଣ୍ଟ ବୋର୍ଡ ସୁଭାସ ଚନ୍ଦ୍ରାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ZEELର କଂପାନୀ ସେକ୍ରେଟାରୀ ତଥା ଚିଫ୍ କମ୍ପ୍ଲାଏନ୍ସ ଅଫିସର ଏମ. ଲକ୍ଷ୍ମୀନାରାୟଣ ।

ସେବିର ଲିଷ୍ଟିଂ ରେଗୁଲେସନ୍-୩୦ ଅନୁସାରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ ନିର୍ଦ୍ଦେଶକ ପରିବର୍ତ୍ତନ ସଂକ୍ରାନ୍ତୀୟ ସୂଚନା କଂପାନୀ ପକ୍ଷରୁ ପ୍ରଦାନ କରାଯାଇଛି । ସୁଭାସ ଚନ୍ଦ୍ରା ନନ୍ ଏକ୍ସିକ୍ୟୁଟିଭ୍ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଜୀ ବୋର୍ଡ ପକ୍ଷରୁ ୬ ଜଣ ସ୍ୱାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଯାଇଛି । ସେୟାର ହୋଲଡରଙ୍କ ଅନୁମତି ପରେ ଏସବୁ କାର୍ଯ୍ୟକାରୀ କରାଯାଇଥିଲା ।

୨୦ ନଭେମ୍ୱରରେ ଏସେଲ୍ ଗ୍ରୁପ୍ ପକ୍ଷରୁ କୁହାଯାଇଥିଲା ଯେ, ଏହାର ବକେୟା ଆର୍ଥିକ ଚୁକ୍ତି ପାଇଁ କଂପାନୀ ୧୬.୫ ପ୍ରତିଶତ ଷ୍ଟକ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ।

Leave a Reply