spot_img

Latest Posts

Z1 ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲା; ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ Z ଇଷ୍ଟେଟ ଏମଡି

ଭୁବନେଶ୍ୱର: ଜେଡ ଇଷ୍ଟେଟର ଜେଡ୍‌ ୱାନ ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲା। ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ Z ଇଷ୍ଟେଟ ଏମଡି।  Z ଇଷ୍ଟେଟ ଏମଡି ତପନ ମହାନ୍ତି EOW ରେ ହାଜର ହୋଇଛନ୍ତି। Z ୱାନ୍ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଠକେଇ ନେଇ ଅଭିଯୋଗ କରିଥିଲା।

ଉଭୟ ଇନଫୋସିଟି ଥାନା ଓ EOWରେ ମାମଲା ହୋଇଥିଲା । ତଦନ୍ତ ପାଇଁ Z ଇଷ୍ଟେଟ ଏମଡିଙ୍କୁ EOW ଡାକିଛି। ଆପାର୍ଟମେଣ୍ଟ ନିର୍ମାଣ ନିୟମରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଘର ମାଲିକଙ୍କ ବିନା ସମ୍ମତିରେ ଜେଡ୍‌ ଇଷ୍ଟେଟର ବାରମ୍ବାର ପ୍ଲାନ ପରିବର୍ତ୍ତନ ହେଉ କି ବେଆଇନ ଭାବେ ପ୍ରକଳ୍ପ ପରିସରରେ ଥିବା କମନ ଆମେନିଟିଜକୁ ପ୍ରମୋଟର ଏରିଆ କହି କ୍ରେତାଙ୍କୁ ଠକିବା ଯାଏଁ ସବୁଠି ଜେଡ ଇଷ୍ଟେଟର ଦାଦାଗିରି ଦେଖିବାକୁ ମିଳିଥିଲା।

ଏନେଇ ଘର ମାଲିକ ସଂଘ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ଅର୍ଥବଳ, ବାହୁବଳ ସାଙ୍ଗକୁ ମିଡିଆ ପାୱାର ଦେଖାଇ ଜେଡ୍‌ ଇଷ୍ଟେଟ ମାଲିକ ନାନା ପ୍ରକାର ହଇରାଣ କରୁଥିବା ଅଭିଯୋଗ ଆସିଛି। ଏପଟେ ଜେଡ ଇଷ୍ଟେଟ ବିରୋଧରେ ମାଲିକ ସଂଘର ସ୍ୱର ତୀବ୍ର ହୋଇଛି। କୋଟି କୋଟି ଟଙ୍କାରେ ଘର କିଣିବା ପରେ ବି ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ଘର ମାଲିକମାନେ ଏକାଠି ହୋଇଛନ୍ତି।

Latest Posts

Don't Miss