କ୍ରିକେଟ ପଡ଼ିଆକୁ ପୁଣି ଫେରିବେ ଯୁବରାଜ ସିଂ

1 min read

ନୂଆଦିଲ୍ଲୀ: ପୁଣି କ୍ରିକେଟ ପଡ଼ିଆକୁ ଫେରିବେ ଯୁବରାଜ ସିଂ । ପୁଣି ଦେଖିବାକୁ ମିଳିବ ଯୁବରାଜଙ୍କ ସେହି ଦମଦାର ଛକାର ଝଲକ । ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂ ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇବେ । ଏହି ସୂଚନା ଖୋଦ୍ ଯୁବରାଜ ସିଂ ଗତକାଲି ରାତିରେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେ ଏହି ପୋଷ୍ଟରେ ଲେଖିଛନ୍ତି କି ମୁଁ  ୨୦୨୨ରେ ପୁଣି ଥରେ କ୍ରିକେଟ ମଇଦାନକୁ ଫେରିବି । ତେବେ ଯୁବରାଜଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେଉଛି ତାହା ଆଗକୁ ଦେଖିବେ କ୍ରିକେଟପ୍ରେମୀ ।

 

View this post on Instagram

 

A post shared by Yuvraj Singh (@yuvisofficial)

ତେବେ ଯୁବରାଜ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ତାହା ୨୦୧୭ରେ କଟକଠାରେ  ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୫୦ ରନର  ପାଳି । ଏହି ୧୫୦ ରନର ଦମଦାର ଇନିଂସର କିଛି ଝଲକ ପୋଷ୍ଟ କରି ଏଥିରେ ସେ ‘ତେରି ମିଟି’ ଗୀତ ଏଡିଟିଂ କରିଥିଲେ । ସୋସିଆଲ ମିଡିଆରେ ସେ ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି କି ଯେ ଆପଣଙ୍କ ଲକ୍ଷ୍ୟସ୍ଥଳ ଭଗବାନ ସ୍ଥିର କରନ୍ତି । ଲୋକଙ୍କ ଭଲ ପାଇବା ପାଇଁ ମୁଁ ପୁଣି ଥରେ ୨୦୨୨ରେ ପଡ଼ିଆକୁ ଓହ୍ଲାଇବି । ଏହାଠାରୁ ବଡ଼ ଅନୁଭବ ମୋ ପାଇଁ ଆଉ କିଛି ନାହିଁ । ମୁଁ ଏଥିପାଇଁ ସମସ୍ତଙ୍କ ପାଖରେ କୃତଜ୍ଞ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ଯୁବରାଜ ସିଂ ।

Leave a Reply