ମଇଦାନକୁ ଓହ୍ଲାଇବେ ଯୁବରାଜ, ଗାଙ୍ଗୁଲିଙ୍କୁ ଚିଠି ଲେଖି ଜଣାଇଲେ ମନକଥା

1 min read
yuvraj

ନୂଆଦିଲ୍ଲୀ: ପୁଣି ଥରେ କ୍ରିକେଟ ପଡ଼ିଆରେ ଦର୍ଶକ ଦେଖିବାକୁ ପାଇବେ ଯୁବରାଜଙ୍କ ଜଲୱା । ୟୁବିଙ୍କ ଛକା ଚୌକାରେ ମସୁଗୁଲ ହେବେ ଦର୍ଶକ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ କ୍ରିକେଟରୁ ଅବସର ନେବା ନିଷ୍ପତ୍ତି ବଦଳାଇବାକୁ ଚାହୁଁଛନ୍ତି । ଏନେଇ ସେ ବିସିସିଆଇ ଠାରୁ ଅନୁମତି ଲୋଡ଼ିଛନ୍ତି ।yuvraj

ଭାରତର ଚର୍ଚ୍ଚିତ ଓ ଲୋକପ୍ରିୟ କ୍ରିକେଟର ଯୁବରାଜ ସିଂଙ୍କୁ ପୁଣିଥରେ କ୍ରିକେଟ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ଯୁବରାଜ କ୍ରିକେଟରୁ ଅବସର ନେବା ନିଷ୍ପତ୍ତି ବଦଳାଇବାକୁ ଚାହୁଁଛନ୍ତି । ଏନେଇ ଯୁବରାଜ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ସେ ଅବସରରୁ ବାହାରି ପଞ୍ଜାବ ପାଇଁ ଘରୋଇ କ୍ରିକେଟ ଖେଳିବାକୁ ମନ ବଳାଇଛନ୍ତି । ପଂଜାବ କ୍ରିକେଟ ସଂଘ ଯୁବିଙ୍କୁ ଅବସର ନିଷ୍ପତ୍ତି ବଦଳାଇବାକୁ କହିବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଅନୁମତି ମିଳିଲେ ଯୁବି କହିଛନ୍ତି ସେ ଅନ୍ୟ ବିଦେଶୀ ଲିଗ୍ ଛାଡ଼ି କେବଳ ଭାରତ ତଥା ପଂଜାବ ପାଇଁ ଖେଳିବେ । ତାଙ୍କର ଇଛା ସେ ଟି-ଟ୍ୱେଣ୍ଟି ମଧ୍ୟ ଖେଳିବେ । ଯୁବି ପୁଣିଥରେ କ୍ରିକେଟକୁ କମ୍ ବ୍ୟାକ କରନ୍ତୁ ବୋଲି ତାଙ୍କ ମା’ ମଧ୍ୟ ଚାହୁଁଥିବା ପ୍ରକାଶ କରିଛନ୍ତି ।

yuvraj

ଢେର୍ କିଛି ସମୟ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟରୁ ଅଣଦେଖା ହୋଇଥିବା ୟୁବରାଜ ଗତବର୍ଷ ଅବସର ଗ୍ରହଣ କରିଥିଲେ । ଏହାସହ ସେ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲରୁ ମଧ୍ୟ ଓହରି ଯାଇଥିଲେ । ହେଲେ ବିଦେଶୀ ଲିଗ୍ କିନ୍ତୁ ଖେଳିଆସୁଥିଲେ । ଯୁବି ୨୦୧୧ ବିଶ୍ୱକପ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଗତ କିଛି ଦନି ଧରି ଆଇପିଏଲ୍‌ରେ ଖେଳୁଥିବା ଯୁବ ତାରକା ଓ ପଂଜାବ ଖେଳାଳିଙ୍କୁ ଟ୍ରେନିଂ ଦେଇ ଆସୁଥିଲେ ।

Leave a Reply