କୋହଲି ଓ ଅନୁଷ୍କାଙ୍କ ମିମ୍ ସେୟାର କରି ମଜା ନେଲେ ଯୁବରାଜ

ନୂଆଦିଲ୍ଲୀ: ଟି୨୦ ବିଶ୍ବକପରେ ଭାରତୀୟ ଟିମ୍ ପ୍ରଥମ ଦୁଇଟି ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଖରୁ ହାରିବାକୁ ନେଇ ଅଧିନାୟକ ବିରୋଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ମିମ୍ ସେୟାର କରି ମଜା ଉଠାଇଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂ । କିଛି ୟୁଜର୍ସ ଏହାକୁ କୋହଲିଙ୍କ ପ୍ରତି ଆକ୍ଷେପ ବୋଲି କହିବାକୁ ମଧ୍ୟ ପଛାଇନାହାନ୍ତି ।

ଯୁବରାଜ ନିଜ ଇନଷ୍ଟାଗ୍ରାମରେ ଏକ ମିମ୍ ଶେୟାର କରିଛନ୍ତି ଯେଉଁଥିରେ କୋହଲି ଓ ଅନୁଷ୍କା ଅଛନ୍ତି । ଏଥିରେ ଯୁବରାଜ ଦେଖାଇଛନ୍ତି ଅନୁଷ୍କା କହୁଛନ୍ତି, ‘ବିରାଟ ନିଶ୍ଚିତ କୌଣସି ଝିଅ କଥା ଭାବୁଛନ୍ତି ।’ ସେପଟେ ବିରାଟଙ୍କ ମିମରେ ଲେଖିଛନ୍ତି ‘କୋହଲି ଭାବୁଛନ୍ତି ଯୁବରାଜ ଥିଲେ ଭାରତର ମିଡିଲ ଅର୍ଡର ଷ୍ଟ୍ରଙ୍ଗ ରହିଥାନ୍ତି ।’ ଯୁବରାଜଙ୍କ ଏହି ଷ୍ଟୋରୀ ବହୁତ ଭାଇରାଲ ହେବାରେ ଲାଗିଛି ।

ଟି୨୦ ବିଶ୍ବକପରେ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଏବେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳୁଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କ୍ରିକେଟକୁ ପୁଣି ଥରେ ଫେରିବାକୁ ଘୋଷଣା କରିଥିଲେ ଯୁବରାଜ । ଇଣ୍ଟଗ୍ରାମରେ ଏକ ପୋଷ୍ଟ କରି ଲେଖିଥିଲେ, ଆପଣଙ୍କ ଭାଗ୍ୟ ଭଗବାନ ନିଶ୍ଚିତ କରିଥାନ୍ତି । ପବ୍ଲିକ ଡିମାଣ୍ଡରୁ ମୁଁ ପୁଣି ଥରେ ଫେବୃଆରୀକୁ କ୍ରିଜକୁ ଫେରୁଛି । ଏହାଠାରୁ ଅଧିକ କିଛି ଭଲ ମୋ ପାଇଁ ହୁଏତ ହୋଇନପାରେ ।

Leave a Reply