ମୁହଁ ଖୋଲିଲେ ପ୍ରିୟଙ୍କା ; ଦେଶଦ୍ରୋହ ପ୍ରସଙ୍ଗରେ ରଖିଲେ ପ୍ରତିକ୍ରିୟା

ପୁରୀ: ମୁହଁ ଖୋଲିଲେ ପାକିସ୍ତାନୀ ଜାସୁସ ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ଥିବା ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି ଦେଶଦ୍ରୋହ ପ୍ରସଙ୍ଗରେ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି । କହିଛନ୍ତି ଦୁଇ ମାସ ଧରି ଚୁପ ରହିଥିଲି । ପୁରୀର ଅନେକ ତଥ୍ୟ ଜ୍ୟୋତି ମାଲହୋତ୍ରାଙ୍କୁ ଦେଇଛି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ସାଧାରଣ ଝିଅ ଏତେ ଟଙ୍କା ଦେଇ କେମିତି ଦାମୀ ହୋଟେଲରେ ରହିବ ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ଏହା ଏକ ପ୍ରାୟୋଜିତ ଟ୍ରିପ୍ ଥିଲା ବୋଲି କହିଛନ୍ତି ପ୍ରିୟଙ୍କା ।

ବିଭିନ୍ନ ସୋସିଆଲ ମିଡିଆରେ ଅନେକ ମିଛ ପ୍ରଚାର ମଧ୍ୟ ହୋଇଥିଲା । ମୋ ନିଜ ସହରରେ ନିଜେ ଯାଇକି କଣ ରଥଯାତ୍ରା ଦେଖିପାରିବିନି ବୋଲି ପଚାରିଛନ୍ତି ପ୍ରିୟଙ୍କା । ଝିଅ ବାପାକୁ କୋଟିପତି କଲା କିନ୍ତୁ ଲୋକମାନେ ସତ କେବେ ଜାଣିବାକୁ ଚାହିଁଲେନି। ମୋ ଉପରେ ମୋ ପରିବାର ଲୋକ ଗୋଟେ ବି ଆଞ୍ଚ ଆଣିବାକୁ ଦେଲେନାହିଁ । ଯଦି ମୁଁ ଦେଶଦ୍ରୋହ କାମ କରିଥାନ୍ତି ତାହାହେଲେ କଣ ଏମିତି ମୁକ୍ତ ଭାବେ ରହିପାରିଥାନ୍ତି କି ବୋଲି ପଚାରିଛନ୍ତି ପ୍ରିୟଙ୍କା ସେନାପତି ।