spot_img

Latest Posts

ରାଜଧାନୀ ୟୁଟ୍ୟୁବର ହତ୍ୟାକାଣ୍ଡ ; ରାହୁଲଙ୍କ ପତ୍ନୀ ତ୍ରିଷ୍ଣା ଆଣିଲେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ବର : ୟୁଟ୍ୟୁବର ରାହୁଲ ମହାରଣା ମର୍ଡର କେସରେ ନୂଆ ଟୁଇଷ୍ଟ । ରାହୁଲଙ୍କ ପତ୍ନୀ ତ୍ରିଷ୍ଣା ଆଣିଲେ ସାଙ୍ଘାତିକ ଅଭିଯୋଗ। ତାଙ୍କ ସ୍ୱାମୀ ରାହୁଲଙ୍କ ହୋଇଛି ପ୍ରି ପ୍ଲାନ ମର୍ଡର । ପୂର୍ଵ ଶତ୍ରୁତାରୁ ମର୍ଡର ହୋଇଥିବା ଅଭିଯୋଗ କଲେ ରାହୁଲଙ୍କ ପତ୍ନୀ । ସେପଟେ ଘଟଣା ଦିନ ରାହୁଲଙ୍କ ସାଙ୍ଗରେ ଥିବା ଶିବା ଆଜି ରାହୁଲଙ୍କ ପରିବାରକୁ ଭେଟିଛନ୍ତି । ହଠାତ ଅଧିକ ରାଗି ଯାଇ ଛୁରୀରେ ଭୁସିଥିଲେ ଅଭିଯୁକ୍ତ । ଭୁବନେଶ୍ଵର ଜିଜିପି କଲୋନିରେ ଘଟିଥିଲା ହତ୍ୟାକାଣ୍ଡ । ୩ ଅଭିଯୁକ୍ତ ସଂଗ୍ରାମ କେଶରୀ ବେହେରା, ସମରେନ୍ଦ୍ର ବେହେରା ଓ କୁନା ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନେ ସମସ୍ତେ ରସୁଲଗଡ଼ ଜିଜିପି କଲୋନୀ ରେ ଭଡାରେ ରହୁଥିଲେ ।

ମୃତକ ଓ ତାଙ୍କ ସାଙ୍ଗମାନେ ପଡ଼ିଆ ବସି ମଦ ପିଉଥିବା ବେଳେ ପାଖରେ ବସିଥିଲେ ୩ ଅଭିଯୁକ୍ତ । ଏମାନେ ବି ମଦ ପିଇଥିଲେ । ମୃତକ ରାହୁଲଙ୍କ ସାଙ୍ଗ ଶିବା ଫୋନରେ ଆଉ କାହା ସହ ଅଶ୍ଳୀଳ ଭାଷାରେ କଥା ହେଉଥିବା ବେଳେ ବିରୋଧ କରିଥିଲେ ଅଭିଯୁକ୍ତ । ଏହାକୁ ନେଇ ଶିବାଙ୍କୁ ଆକ୍ରମଣ କରିଥିଲେ ୩ ଅଭିଯୁକ୍ତ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ରାହୁଲ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାରୁ ଅତର୍କିତ ଛୁରାମାଡ଼ କରିଥିଲେ ଅଭିଯୁକ୍ତ । ସଂଗ୍ରାମ ସେନାରେ ଚାକିରି କରନ୍ତି ବୋଲି ପୋଲିସ ଜାଣିବାକୁ ପାଇଥିଲା ପୋଲିସ ।

Latest Posts

Don't Miss