ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘରକୁ ଗୁଳିମାଡ଼

1 min read

ନନ୍ଦିଘୋଷ ବ୍ୟୁରୋ: ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘରକୁ ଗୁଳିମାଡ଼ । ୩ ଦୁର୍ବୃତ୍ତ ଗୁଳିମାଡ କରି ଫେରାର । ୧୨ରୁ ୧୪ ରାଉଣ୍ଡ ଗୁଳିଚାଳନା ହୋଇଥିବା ଘଟଣା ସାମ୍ନାକୁ ଆସିଛି।  ଘଟଣା ପରେ ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଲଭିଶ ତାଙ୍କ ପରିବାର ସହିତ ଗୁରୁଗ୍ରାମର ସେକ୍ଟର ୫୬ରେ ରୁହନ୍ତି । କିନ୍ତୁ ଯେତେବେଳେ ଏହି ଗୁଳିକାଣ୍ଡ ଘଟିଥିଲା ସେତେବେଳେ ଏଲଭିଶ ଘରେ ଉପସ୍ଥିତ ନଥିଲେ । ସମ୍ପୂର୍ଣ୍ଣ ଘଟଣାଟି ଭୋର ସମୟରେ ଘଟିଥିବା କୁହାଯାଉଛି । CCTV ଫୁଟେଜ ଆଧାରରେ ଗୁରୁଗ୍ରାମ ପୋଲିସର ଛାନବିନ୍ ଜାରି ଅଛି ।

ଗୁଳିକାଣ୍ଡ ସମୟରେ ଘରେ କେବଳ ଏଲଭିଶଙ୍କ ମାଆ ଏବଂ କେୟାରଟେକର ଉପସ୍ଥିତ ଥିଲେ। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ । ତଥାପି ଏହି ଘଟଣା ଏଲଭିଶଙ୍କ ପରିବାରକୁ ବହୁତ ଭୟଭୀତ କରିଛି । ବର୍ତ୍ତମାନ ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାରେ କୌଣସି ବିବୃତ୍ତି ଜାରି କରିନାହିଁ କିମ୍ବା ଏଲଭିଶ କିମ୍ବା ତାଙ୍କ ପରିବାର କିଛି କହିନାହାଁନ୍ତି । ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳି ଚଳାଇଥିଲେ । ଘଟଣାଟି ସକାଳ ପ୍ରାୟ ସାଢ଼େ ୫ଟାରେ ଘଟିଥିଲା। ଏଥିରେ ଏକ ଡଜନରୁ ଅଧିକ ଗୁଳି ଚାଳନା କରାଯାଇଥିଲା।

ଏଲଭିଶଙ୍କ ବାପା ଦାବି କରିଛନ୍ତି ଯେ ପ୍ରାୟ ୨୫ରୁ ୩୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଗୁରୁଗ୍ରାମ ପୋଲିସ ଅନୁଯାୟୀ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସିଥିଲେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁଳି ଚଳାଇଥିଲେ। ଗୁଳିକାଣ୍ଡ ଘରର ତଳ ଏବଂ ପ୍ରଥମ ମହଲାରେ ହୋଇଥିଲା। ଏଲଭିଶ ଘରର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ରୁହନ୍ତି। ଗୁଳିକାଣ୍ଡ ସମୟରେ କେୟାରଟେକର ଏବଂ ପରିବାର ସଦସ୍ୟ ଘରେ ଉପସ୍ଥିତ ଥିଲେ। ଏଲଭିଶ ଯାଦବଙ୍କ ଘର ଉପରେ ଆକ୍ରମଣ କରିଥିବା ତିନି ଜଣ ଦୁର୍ବୃତ୍ତ କେଉଁଠାରୁ ଆସିଥିଲେ ଏବଂ କେଉଁଠାକୁ ଯାଇଛନ୍ତି ସେ ବିଷୟରେ ପୋଲିସ ତଦନ୍ତ କରୁଛି। ପରିବାର ପକ୍ଷରୁ କୌଣସି ପ୍ରକାରର ଧମକ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । ଏପରି ପରିସ୍ଥିତିରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ସମ୍ପର୍କରେ ଏଲଭିଶ ଯାଦବ କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ପୋଲିସରେ କୌଣସି ଅଭିଯୋଗ ଦାଖଲ କରାଯାଇନଥିବା ସୂଚନା ମଧ୍ୟ ମିଳିଛି  ।