ବିଷଧର ସାପ ଓ ବିଦେଶୀ ଝିଅଙ୍କ ସହ ପାର୍ଟି, ଗିରଫ ହୋଇପାରନ୍ତି ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବ

ମୁମ୍ବାଇ: ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁ ପୁଣିଥରେ ଚର୍ଚ୍ଚାରେ। ନିକଟରେ ଏକ ଅଜ୍ଞାତ ନମ୍ବରରୁ ଧମକୂପର୍ଣ୍ଣ କଲ୍ ଆସିବା ପାଇଁ ଟଙ୍କା ମଗାଯାଇଥିବା ନେଇ ଅଭିଯୋଗ କରିଥିଲେ ଏଲଭିସ୍ । କିନ୍ତୁ ଏବେ ଓଲଟା ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ତେବେ ଜାଣନ୍ତୁ କ’ଣ ରହିଛି ପୂରା ଘଟଣା…

ବିଷାକ୍ତ ନାଗସାପ ବିଷର ବ୍ୟବହାର ରେଭ୍ ପାର୍ଟିରେ ବ୍ୟାନ ଥିବାବେଳେ ଏଠାକୁ ସାପ ଅଣାଯାଇଥିଲା। ଏଭଳି ସଂଗୀନ ଅଭିଯୋଗ ପରେ ଘଟଣାକୁ ନେଇ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି। ନିକଟରେ ନୋଏଡା ପୋଲିସ ସେକ୍ଟର ୪୯ ଅଞ୍ଚଳରେ ରେଡ୍ କରିଥିଲା। ଏହି ସମୟରେ ପୋଲିସ ୫ଟି ବିଷଧର ସାପ ଓ ବିଷ ଜବତ କରିଥିଲା । ଘଟଣାରେ ୫ଜଣଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା ସମୟରେ ଏଲଭିଶ ଯାଦବଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଏଲଭିଶ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଏପରିକି ଘଟଣାରେ ସେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାନୁସାରେ, ଏଲଭିଶ ଯାଦବଙ୍କ ନାଁରେ ନୋଏଡାରେ ଏକ ରେଭ ପାର୍ଟି ଆୟୋଜନ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ବେଆଇନ ଭାବେ ରେଭ୍ ପାର୍ଟିର ଆୟୋଜନ ହୋଇଥିବା ନେଇ ଅଭିଯୋଗ ହୋଇଛି।