Youtube ରେ ଖାଲି ଭିଡିଓ ଦେଖିବାକୁ ହେଲେ ଦେବାକୁ ପଡିବ ଟଙ୍କା

1 min read

ନୂଆଦିଲ୍ଲୀ: ଆପଣ Youtube ବ୍ୟବହାର କରୁଛନ୍ତି କି ? ଆପଣଙ୍କର Youtube ଚ୍ୟାନେଲ ଅଛି କି ? ଆପଣ Youtube ରେ ଭିଡିଓ ଦେଖୁଛନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ରହିଛି ଏକ ଖବର । ଏବେ Youtube ରେ ଭିଡିଓ ଦେଖିବାକୁ ହେଲେ ଟଙ୍କା ଦେବାକୁ ପଡିବ । ଆଜ୍ଞା ହଁ ଠିକ୍ ଶୁଣିଲେ, ଟଙ୍କା ଦେଲେ ଯାଇ ଭିଡିଓ ଦେଖି ପାରିବେ । ଏକଥା ଶୁଣି ବ୍ୟସ୍ତ ଲାଗୁଥିବ ନିଶ୍ଚିତ । ତେବେ ବ୍ୟସ୍ତ ହେବାର କିଛି କାରଣ ନାହିଁ । କାରଣ ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ Youtube ରେ ଭିଡିଓ ଦେଖିଲେ କାହାକୁ ଟଙ୍କା ଦେବାକୁ ପଡିବ ।

ଆପଣ Youtube ରେ ଭିଡିଓ ଦେଖିବା ବେଳେ ବିଜ୍ଞାପନ ଆସୁଥିବ । ଏହା ଆପଣଙ୍କୁ ବିରକ୍ତ ବି କରୁଥିବ । ହେଲେ ଆପଣ ଏମିତି ବିଜ୍ଞାପନକୁ ଅଟକାଇ ପାରୁ ନଥିଲେ । ଅନିଚ୍ଛା ସତ୍ତ୍ବେ ବି ଆପଣଙ୍କୁ ଏହି ଭିଡିଓକୁ ଚଲାଇବାକୁ ପଡୁଥିଲା । ତେବେ ଏବେ ଆପଣ ଚାହିଁଲେ ବିନା ବିଜ୍ଞାପନରେ Youtube ଭିଡିଓ ଦେଖିପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Youtube ପାଖରେ ଏକ ନୂଆ ଅପସନ ରହିଛି । ଏହାକୁ ବ୍ୟବହାର କରି ଆପଣ ବିଜ୍ଞାପନ ଦେଖିବାରୁ ମୁକ୍ତି ପାଇପାରିବେ । Youtube ନିଜ ଗ୍ରାହକଙ୍କ ପାଇଁ ପ୍ରିମିୟମ ସସ୍କ୍ରିପସନ୍ ଆଣିଛି । ଏହାକୁ ବ୍ୟବହାର କରି ଆପଣ ବିନା ବିଜ୍ଞାପନରେ ଭିଡିଓ ଦେଖି ପାରିବେ । କମ୍ପାନୀ ଏବେ ଭାରତରେ ଏହି ପ୍ଲାନ ଲାଗୁ କରିଛି ।

ଭାରତରେ Youtube ର ଏହି ସସ୍କ୍ରିପସନ୍ ପ୍ଲାନ ପାଇଁ ଭିନ୍ନ ଭିନ୍ନ ଦାମ ରହିଛି । ୧୨୯ ଟଙ୍କାର ପ୍ରିମିୟମ ନେଲେ ଆପଣ ଏକ ମାସ ବିନା ବିଜ୍ଞାପନରେ ଭିଡିଓ ଦେଖିପାରିବେ । ସେହିପରି ପୂରା ୧୨ ମାସ ବିନା ବିଜ୍ଞାପନରେ ଭିଡିଓ ଦେଖିବାକୁ ଚାହୁଁଥିଲେ ଆପଣଙ୍କୁ ୧୨୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯଦି ଆପଣ ୩ ମାସିଆ ପ୍ଲାନ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୩୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଭିନ୍ନ ଭିନ୍ନ ଦେଶରେ ଏହାର ପ୍ଲାନ ଭିନ୍ନ ଭିନ୍ନ ରହିଛି । କିଛି ଦେଶରେ ଏହାର ମୂଲ୍ୟ ବହୁତ କମ ରହିଛି । ଏମିତି ସ୍ଥିତିରେ Youtube ପ୍ରିମିୟମ୍ ସବସ୍କ୍ରାଇବର୍ସଙ୍କ ପାଇଁ ନୂଆ ପ୍ଲାନ ଆଣିବାକୁ ଯାଉଛି ।

ନିଜ କମ୍ୟୁନିଟି ପୋଷ୍ଟରେ Youtube ଏହି ସୂଚନା ଦେଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ପ୍ରିମିୟମ ସବସ୍କ୍ରିପସନ ପ୍ଲାନ ଉପରେ କାମ ଚାଲିଛି । ଆମେ ପ୍ଲାନକୁ ବଢ଼ାଇବାକୁ ଯାଉଛି । ଆମେ ଦେଖୁଛୁ ଏହି ନୂଆ ପ୍ଲାନ କେଉଁ ୟୁଜର୍ସଙ୍କ ପାଇଁ ହୋଇପାରିବ । ଆପଣ ଚାହିଁଲେ, ସାଙ୍ଗସାଥୀଙ୍କ ସହ ଏହି ପ୍ଲାନକୁ ସେୟାର କରିପାରିବେ । ଅର୍ଥାତ ଆପଣଙ୍କୁ ଏହାସହ ସେୟାର ବେନିଭିଟ ବି ଦିଆଯାଉଛି । ଏହା ୟୁଜର୍ସଙ୍କ ପାଇଁ ବହୁତ ଖାସ ହେବାକୁ ଯାଉଛି । ତେବେ ଭିଡିଓ ସହ ବିଜ୍ଞାପନ ଦେଖିଲେ ଆପଣଙ୍କୁ ବର୍ତ୍ତମାନ ପରି କିଛି ବି ଟଙ୍କା ଦେବାକୁ ପଡ଼ିବ ନାହିଁ ।