spot_img

Latest Posts

ଲକଡାଉନ୍ ଧମାକା: ୟୁଟ୍ୟୁବରେ ଏବେ ମାଗଣାରେ ଦେଖିପାରିବେ ପ୍ରିମିୟମ ସୋ…

କରୋନା ପାଇଁ ୟୁଟ୍ୟୁବ୍ ଏକ ବଡ଼ ନିଷ୍ପତି ନେଇଛି। ୟୁଟ୍ୟୁବ୍ ତାର ସମସ୍ତ ପ୍ରିୟମ ସୋ କୁ ଉପଭୋକ୍ତାଙ୍କ ପାଇଁ ମାଗଣା କରିଦେଇଛି। ଯେଉଁ ସୋ ଗୁଡିକ ପାଇଁ ପୂର୍ବରୁ ୟୁଟ୍ୟୁବ୍ ପଇସା ନେଉଥିଲା ଏବେ ସେହି ସୋ ଗୁଡିକୁ ମାଗଣାରେ ଲୋକେ ଦେଖିପାରିବେ। ଏଥିରେ ଏସ୍କେପ୍ ଦି ନାଇଟ୍, ଷ୍ଟେପ୍ ଅପ୍: ହାଇ ୱାଟର୍ ଏବଂ ଇମ୍ପୁଲସ୍ ଭଳି ସୁପରହିଟ ସୋ ସବୁ ରହିଛି।

ପୂର୍ବରୁ ଏହି ଶୋଗୁଡ଼ିକ କେବଳ ୟୁଟ୍ୟୁବ୍ ପ୍ରିମିୟମ୍ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ଥିଲା । କମ୍ପାନୀ ବୁଧବାର ଠାରୁ ମାଗଣା ଦେବା ଆରମ୍ଭ କରିଛି ଏବଂ ଏହା ସୀମିତ ସମୟ ପାଇଁ ଉପଲବ୍ଧ ହେବ । ତେବେ ୟୁଟ୍ୟୁବ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନାହିଁ।

କରୋନା ମହାମାରୀ ପାଇଁ ୟୁଟ୍ୟୁବ୍ ଦ୍ୱାରା ମାଗଣାରେ ଦିଆଯାଉଥିବା ଶୋଗୁଡ଼ିକ ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ର ଏକ ଅଂଶ । ଭାରତରେ ଏହାର ମୂଲ୍ୟ ମାସକୁ 129 ଟଙ୍କା । ତେବେ, ବର୍ତ୍ତମାନ ବିଶ୍ୱର ଅଧିକାଂଶ ଲୋକ ଘରେ ବନ୍ଦୀ ଅଛନ୍ତି। ଏହି କାରଣରୁ ଏଭଳି ନିଷ୍ପତି ନେଇଛି ୟୁଟ୍ୟୁବ୍।

ୟୁଟ୍ୟୁବର ସର୍ବଭାରତୀୟ ମୁଖ୍ୟ ସୁଜାନେ ଡାନିଏଲ୍ସ କହିଛନ୍ତି ଯେ ୟୁଟ୍ୟୁବରେ ଫ୍ୟାନ୍-ପ୍ରିୟ ସୋ ଗୁଡ଼ିକ ବର୍ତ୍ତମାନ ମାଗଣା ଷ୍ଟ୍ରିମିଂ ପାଇଁ ଉପଲବ୍ଧ ।

Latest Posts

Don't Miss